ମାତୃଭାଷାର ଉନ୍ନତି ପାଇଁ ମାଲକାନାଗିରି ଜିଲ୍ଲାର ରାଜ୍ୟସ୍ତରୀୟ ସାରସ୍ବତ ଶିଶୁ ମହୋତ୍ସବ ପାଳିତ

Advertisement
Advertisement
Click for Any Complaint Regarding This News
AAA Online Services

କାଲିମେଳା:-ବ୍ୟାସକବି ସାହିତ୍ୟ ସଂସଦ, ଗୋଡ଼ିଶୂଳ, ନୀଳଗିରି, ବାଲେଶ୍ଵର ଆନୁକୂଲ୍ୟରେ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ ସୀମା ନିକଟବର୍ତ୍ତୀ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଳକ ଏମ୍. ଭି. ୮୮ ନୋଡ଼ାଲ ଉ:ପ୍ରା ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ସାରସ୍ବତ ଶିଶୁ ମହୋତ୍ସବ, ଶିଶୁ ପତ୍ରିକା “ବ୍ୟାସକାଳିକା” ଉନ୍ମୋଚନ, ସମ୍ଵର୍ଦ୍ଧନା ସଭା, ତଥା ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁ ଙ୍କ କବିତା ସଂକଳନ “ବିଶ୍ଵବିଜୟିନୀ” ଲୋକାର୍ପଣ ଓ ବୃକ୍ଷରୋପଣ କାର୍ଯ୍ଯକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ କବି ଯଚିନ୍ଦ୍ର ସ୍ଵାଇଁ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମାନସ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ବିଶୋଇ, ବରେଣ୍ୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାଲିମେଳା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବାରୋଇ, ବିଶିଷ୍ଟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁଡୁମୁଲୁଗୁମ୍ମା ସୁଶ୍ରୀ ଗାୟତ୍ରୀ ଦେବୀ, ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ତାରାପଦ ମିସ୍ତ୍ରୀ,ବରିଷ୍ଠ ନାଗରିକ, ଶ୍ରୀଯୁକ୍ତ ସୁରେଶ କୁମାର ଘଡାଇ, ଏମ୍. ଡି. ଘଡାଇ ଆବସିକ ମହାବିଦ୍ୟାଳୟ, ଶ୍ରୀଯୁକ୍ତ ଗୋଦାବରିଶ ଦାସ, ଉପ ସଭାପତି, ବ୍ୟାସକବି ସାହିତ୍ୟ ସଂସଦ ଯୋଗ ଦେଇଥିଲେ। ଅନୁଷ୍ଠାନର ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ ସରକାର ଧନ୍ଯବାଦ ଅର୍ପଣ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ ସରଦାର ମଞ୍ଚ ପରିଚାଳନା କରିଥିଲେ।କବି ପ୍ରଦୀପ ସରକାର, ଧନୁର୍ଯୟ ହନ୍ତାଳ, ଦୀପକ କୁମାର ବଳ, ଗୋପବନ୍ଧୁ ମିଶ୍ର, କେ ତ୍ରିମୂଲା ଆଚାରୀ, ସୁକୁମାର ବିଶ୍ଵାଳ, ବିଶ୍ଵବିଜୟିନୀ ସ୍ୱାଇଁଙ୍କୁ ସାରସ୍ଵତ ସାଧନା ସମ୍ମାନ ୨୦୨୨, କ୍ରିଷ୍ଣପଦ ବିଶ୍ବାସ, ବିଧାନ ଘରାମି, କାଶୀନାଥ ବାଛାର, ମଙ୍ଗୁ ଖିଲ, ଇଂ ସୁଗଦାଚରନ ହେମ୍ବ୍ରମ, ପର୍ଶୁରାମ ଖିଲ, ମହାଦେବ ମାଡକାମିଙ୍କୁ ଶ୍ରେଷ୍ଠ ସଂଗଠକ ସମ୍ମାନ – ୨୦୨୨, ନୀଳକଣ୍ଠ ବେହେରା, ଲୋକନାଥ ସାହୁ, ପ୍ରଶାନ୍ତ ସରଦାର, ଭିମ ଖିଲ, ଉମାଚରଣ ପଟ୍ଟନାୟକ, ନାରାୟଣ ଚନ୍ଦ୍ର ପଣ୍ଡା, ତପନ କୁମାର ବାଇନ, ଶାରଦା ପ୍ରସାଦ ସିଂହ, ଭଗବାନ ମଲ୍ଲିକ, କମଳାକାନ୍ତ ସେଠୀ ଙ୍କୁ ଶିକ୍ଷକ ଗୌରବ ସମ୍ମାନ – ୨୦୨୨ ପ୍ରଦାନ କରାଯାଇଥିଲା। କବିତା, ପ୍ରବନ୍ଧ, ଗଳ୍ପ, ନୃତ୍ୟ କଳା, ସଙ୍ଗୀତ, ହସ୍ତାକ୍ଷର, ଆଦିରେ ପ୍ରତିଯୋଗିତା କରାଯାଇ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଓ କବିତା ପାଠ କରି ୨୫ ଜଣ କବିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୃଷ୍ଣଚନ୍ଦ୍ର ପଣ୍ଡା, ବସନ୍ତ ଡାକୁଆ ଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ – ୨୦୨୨ ପ୍ରଦାନ କରାଯାଇଥିଲା।ଅନୁଷ୍ଠାନର ସ୍ଥାୟୀ ସଭାପତି କବି ବିପିନ ବିହାରୀ ବାରିକ, ମହିଳା ସମ୍ପାଦିକା ସରସ୍ଵତୀ ବାରିକ, ବରିଷ୍ଠ ଉପଦେଷ୍ଟା ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଚନ୍ଦ୍ରଶେଖର ଶବର, ସୋମନାଥ ନାୟକ, ରାଜେନ୍ଦ୍ର ମହାପାତ୍ର ଆଦି ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଥିଲେ ।ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଲା ମାତୃଭାଷା ଉନ୍ନତି ତଥା ସମୃଦ୍ଧି।

ଆମ ଭ୍ରାମ୍ୟମାଣ ପ୍ରତିନିଧି:-ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ

Please Share

Leave a Reply

Your email address will not be published. Required fields are marked *