BREAKING NEWS : ୬ ବର୍ଷର ପିଲାକୁ ଗୋଇଠା ମାରିଲେ ଡ୍ରାଇଭର

Advertisement
Advertisement
Click for Any Complaint Regarding This News
AAA Online Services

( କାର ସାହାରାରେ ଟିକେ ଛିଡା ହେଲି ବୋଲି )

୬ ବର୍ଷର ଛୋଟ ପିଲାଟି। ଦୁନିଆ ବିଷୟରେ ବା କଣ ଚାଲିଛି। ସେ ଜାଣିନଥିଲା ଯେ, ଆଜିର ସଭ୍ୟ ସମାଜରେ କାହାର କାରକୁ ଛୁଇଁବା ବି ପାପ। ବାସ୍ ଟିକେ ସାହାରା ନେଇ କାରରେ ଛିଡା ହୋଇଥିଲା। ଆଉ ଏହାକୁ ସହଜରେ ହଜମ କରିପାରିନଥିଲେ କାର ଡ୍ରାଇଭର। ଆଉ ପାଖକୁ ଆସି ପିଲାଟିକୁ ଗୋଇଠା ମାରିଥିଲେ। ଏମିତି ସମ୍ବେଦନଶୀଳ ଘଟଣା କେରଳର କନ୍ନୁରରେ ଘଟିଛି। ପିଲାଟିର ପିଠିରେ ଆଘାତ ଲାଗିଛି। ଏହି ଘଟଣାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ କାରର ଡ୍ରାଇଭରଙ୍କୁ ଶୁକ୍ରବାର ସକାଳେ ଗିରଫ କରିଛି। ଘଟଣାର ସିଭିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ, ରାସ୍ତା କଡରେ ଛିଡା ହୋଇଥିବା ଏକ କାରର ସାହାରା ନେଇ ଜଣେ ଛୋଟ ପିଲା ଛିଡା ହୋଇଛି। ଏହା ଦେଖି କାରର ଡ୍ରାଇଭର କ୍ଷୁବ୍ଧ ହୋଇ ପଡୁଛନ୍ତି ଏବଂ ପିଲାଟିକୁ କିଛି କହୁଛନ୍ତି। ପୁଣି ଅମାନବୀୟ ଭାବେ ପିଲାଟକୁ ଗୋଇଠା ମାରୁଛନ୍ତି। ପିଲାଟି ନିଜକୁ ସମ୍ଭାଳି ସେଠାରୁ ଚାଲି ଯାଉଛି। କିଛି ସ୍ଥାନୀୟ ଲୋକେ କାର ନିକଟକୁ ପହଞ୍ଚିବା ସହ ଡ୍ରାଇଭରଙ୍କୁ କିଛି ପଚାରୁଛନ୍ତି ଏବଂ ପୁଣି ସେଠାରୁ ଚାଲି ଯାଉଛନ୍ତି। ଘଟଣା ଗୁରୁବାର ରାତି ସାଢେ ୮ଟାରେ ଥାଲାସେରୀ ଅଞ୍ଚଳରେ ଘଟିଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଘଟଣା ଘଟିବା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଥାନାକୁ ଡକାଇଥିଲେ ହେଁ ପରେ ଛାଡି ଦେଇଥିଲେ। ଏହା ମଧ୍ୟରେ ପୁରା ଘଟଣାର ଭିଡିଓ ଭାଇରାଲ୍ ହେବାରେ ଲାଗିଥିଲା। ଲୋକେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଦେଖି କ୍ଷୁବ୍ଧ ହୋଇ ଉଠିଥିଲେ। ଶେହରେ ଚାପରେ ଆସି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ପୋନ୍ନୟମପାଲନ ବାସିନ୍ଦା ଶିହଶାଦ।

ପୋଲିସ ଅନୁଯାୟୀ, ଅଭିଯୁକ୍ତ ବିରୋଧରେ ଧାରା ୩୦୮(ହତ୍ୟା ଉଦ୍ୟମ) ଲଗାଯାଇଛି। ପୋଲିସ ଶୁକ୍ରବାର ପିଲାଟିର ବୟାନ ରେକର୍ଡ କରିଛି। ଛଅ ବର୍ଷର ଏହି ଛୋଟ ପିଲାଟି ରାଜସ୍ଥାନର ଜଣେ ପ୍ରବାସୀଙ୍କ ପୁଅ। ପିଲାଟିର ପିଠିରେ ଆଘାତ ଲାଗିଛି ଏବଂ ବର୍ତ୍ତମାନ ତାର ଚିକିତ୍ସା ଜାରି ରହିଛି।ଘଟଣାରେ ଦୁଃଖ ବ୍ୟକ୍ତ କରି ରାଜ୍ୟ ଶିକ୍ଷା ମନ୍ତ୍ରୀ ଭି ଶିବନକୁଟ୍ଟି କହିଛନ୍ତି, ମାନବିକତା ଏମିତି କୌଣସି ଜିନିଷ ନାହିଁ ଯେ, ଆପଣ କୌଣସି ଦୋକାନରୁ କିଣି ପାରିବେ। ଏମିତି ଘଟଣାର ପୁନରାବୃତ୍ତି ହେବା ଉଚିତ୍ ନୁହେଁ। କେରଳ ବିଧାନସଭାର ବାଚସ୍ପତି ଏଏନ ଶମସୀର କହିଛନ୍ତି, ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

 

Please Share

Leave a Reply

Your email address will not be published. Required fields are marked *