ଅମ୍ଫାନ: ପାରାଦୀପରୁ ମାତ୍ର ୪୦୦ ଦୂରରେ, ସ୍ଥଳଭାଗ ଛୁଇଁବା ବେଳେ ମହାବାତ୍ୟା ରୂପ ନେବ

Advertisement
Advertisement
Click for Any Complaint Regarding This News
AAA Online Services

ଡେସ୍କ : ମହାବାତ୍ୟା ର ରୂପ ନେଇ ପରେ ଅମ୍ଫନ। ସ୍ଥଳ ଭାଗ ଛୁଇଁବା ବେଳେ ମହାବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। । ବର୍ତ୍ତମାନ ପାରଦୀପରୁ ୪୦୦ କିମି ଦୂରରେ ଅବସ୍ଥିତ ରହିଛି। ଏହା ଅତି ଭୀଷଣ ବାତ୍ୟା ହୋଇ ଉପକୂଳ ଅତିକ୍ରମ କରିବ ଯାହା ଫଲରେ ଉତ୍ତର ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଉପକୂଳ ଓ ଦକ୍ଷିଣ ଓଡିଶା ରେ ଆଜି ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ। ଏବଂ ଆସନ୍ତା କାଲି ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୦୦ରୁ ୨୧୦ କିମି ବେଗରେ ଆସନ୍ତା କାଲି ପବନ ବୋହିିବ ଯାହା ଫଳରେ ଗଛ ଉପୁଡିବା ସହ ଟିଣ ଛପର ଘର, ହୋର୍ଡିଙ୍ଗ ଭାଙ୍ଗିବା ସହ ବିଜୁଳି ପୋଲ ଭାଙ୍ଗିବ ବୋଲି ସୂଚନା ମିଳିଛି। ଏହା ସହ ଆଜି ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି।  ଓଡିଶା ଦେଇ ଗତି କରିବା ବେଳେ ଏହା ପ୍ରବଳ କ୍ଷୟକ୍ଷତି ଘଟିଇବ। ଅମ୍ଫନ ବାଙ୍ଗଲାଦେଶର ହାତିଆ ଏବଂ ପଶ୍ଚିମବଙ୍ଗର ସାଗର ଦୀପରେ ମଝିରେ ସୁନ୍ଦରବନରେ ଲାଣ୍ଡ ଫଲ୍ କରିବ ବୋଲି ଆଇଏମଡ଼ି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବର୍ତ୍ତମାନ ଏହା ଘଣ୍ଟାପ୍ରତି ୧୫-୧୬ କିଲୋମିଟର ବେଗରେ ମାଡି ଆସୁଛି।

Please Share

Leave a Reply

Your email address will not be published. Required fields are marked *