ଡେସ୍କ : ଭାରତୀୟ ପାଣିପାଗ ବିଭାଗ ଟ୍ୱିଟ କରି ସୂଚନା ପ୍ରଦାନ କରିଛି ଯେ ବାତ୍ୟା ଅମ୍ଫାନ୍ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ମହାବାତ୍ୟାର ରୂପ ନେଇପାରେ । ବାତ୍ୟା କେନ୍ଦ୍ରସ୍ଥଳୀରେ ପବନର ବେଗ ଘଣ୍ଟା ପ୍ରତି ୨୪୦ କିଲୋମିଟର ରହିବ। କିନ୍ତୁ ମଝିରେ ମଝିରେ ପବନର ବେଗ ୨୬୫ କିଲୋମିଟର ଛୁଇଁପାରେ। ଉତ୍ତର ଉପକୂଳ ଓଡ଼ିଶାକୁ ଏହା ପ୍ରଭାବିତ କରିବା ନେଇ ସତକର୍କ ସୂଚନା ଜାରି କରାଯାଇଛି। ସମୂଦ୍ର ଭିତରେ ସୁପର୍ ସାଇକ୍ଲୋନ୍ ହେବାର ଆଶଙ୍କା। କାଲି ସକାଳ ପରଠାରୁ ଏହା କ୍ରମଶଃ ଦୁର୍ବଳ ହୋଇପାରେ। ହିଟ୍ ବେଳେ ପବନର ବେଗ ୧୫୫ ରୁ ୧୬୫ କି.ମି ରହିବ। ଘଣ୍ଟାପ୍ରତି ୧୩ କି.ମି ବେଗରେ ଗତି କରୁଛି ବାତ୍ୟା। ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା ହେବାର ମଧ୍ୟ ସୂଚନା ରହିଛି।
ଆଜି ସଂନ୍ଧ୍ୟା ପରଠାରୁ ଓଡ଼ିଶା ଆକାଶ ମେଘାଚ୍ଛନ୍ନ ରହିବ। ଧିରେ ଧିରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ।