ମହମ୍ମଦ ମୋକିମଙ୍କ ଦ୍ୱାରା ଧନ୍ୟବାଦ ସଭାର ଆୟୋଜନ: ହଜାରରୁ ଉର୍ଦ୍ଧ୍ବ କର୍ମୀ ଓ ନେତା ଉପସ୍ଥିତ।

Advertisement
Advertisement
Click for Any Complaint Regarding This News
AAA Online Services

କଟକ – (ଦେଵବ୍ରତ ମିଶ୍ର) : ନବନିର୍ବାଚିତ କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ କଟକର ସମସ୍ତ ତୃଣମୂଳ ସ୍ତରର କଂଗ୍ରେସ କର୍ମୀ, ୱାର୍ଡ କମିଟି କର୍ମକର୍ତ୍ତା, ଜୋନ କମିଟି, ନଗର କମିଟି ଓ ବିଭିନ୍ନ ଶାଖାର କର୍ମକର୍ତ୍ତାଙ୍କୁ ନେଇ ଏକ ଧନ୍ୟବାଦ ସଭା ଆୟୋଜନ କରିଛନ୍ତି। କଟକ ସ୍ଥିତ ସହିଦ ଭବନରେ ହୋଇଥିବା ଏହି ସଭାରେ କଂଗ୍ରେସର ବହୁ ରାଜ୍ୟ ନେତୃମଣ୍ଡଳୀ ମଧ୍ୟ ଯୋଗ ଦେଇ ଥିଲେ। ଏହି ଧନ୍ୟବାଦ ସଭାରେ ନିଜ ଉଦ୍ବୋଧନରେ ମହମ୍ମଦ ମୋକିମ କହିଥିଲେ ଯେ ଏହି ବିଜୟ ମୋର ନୁହେ ଏହି ବିଜୟ ହେଉଛି ଆପଣ ମାନଙ୍କର। ଆପଣମାନେ କରିଥିବା ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଆଜି ୩୯ବର୍ଷ ପରେ କଂଗ୍ରେସ କଟକରେ ବିଜୟ ଲାଭ କରିପାରିଛି। ମୋକିମ ଆହୁରି କହିଥିଲେ ଯେ ଆମେ ସମସ୍ତେ ମିଶି କଟକ ସହରକୁ ଏକ ଉନ୍ନତ ସହରରେ ପରିଣତ କରିବା । କଟକର ଗୌରବ ଓ ମାନ ଫେରିଇ ଆଣିବା ପାଇଁ ଆମେ ସମସ୍ତେ ସଂକଳ୍ପବଧ ହୋଇ ଏକଠି ରହି କାର୍ଯ୍ୟ କରିବା। ଏହି ଧନ୍ୟବାଦ ସଭାରେ ହଜାରରୁ ଅଧିକ ନେତୃମଣ୍ଡଳୀ ଓ କର୍ମୀ ମାନେ ଉପସ୍ଥିତ ଥିଲେ। ଏଭଳି ଧନ୍ୟବାଦ ସଭା ଆୟୋଜନ କରି ନବ ନିର୍ବାଚିତ ବିଧାୟକ ନିଜର ମହାନତା ଓ ଉଦାର ମନୋଭାବର ପ୍ରଦର୍ଶନ କରିଛନ୍ତି ବୋଲି କଂଗ୍ରେସ କର୍ମୀମାନେ ଆଲୋଚନା କରୁଥିଲେ।

ଏହି ଭବ୍ୟ ଓ ଆତ୍ମ ସ୍ପନ୍ଦନ କଲା ଭଳି ସଭାରେ ଉପସ୍ଥିତ ରହି ଆମେ ନିଜକୁ ସ୍ୱାଭିମାନି କଟକ ମାଟିର ଜଣେ ସୈନିକ ଭାବୁଛୁ ବୋଲି କିଛି କଂଗ୍ରେସ କର୍ମୀ କହିଛନ୍ତି। ଆଉ ଜଣେ କଂଗ୍ରସ ନେତା କହିଛନ୍ତି ଯେ ମହମ୍ମଦ ମୋକିମଙ୍କ ଏହି ପଦକ୍ଷେପ ଅତି ପ୍ରଶଂସନୀୟ ଏଭଳି ଧନ୍ୟବାଦ ସଭା ଆୟୋଜନ ଦ୍ୱାରା କର୍ମୀମାନେ ଉତ୍ସାହିତ ହୋଇଛନ୍ତି ଓ ଏଭଳି ସଭା ଓଡ଼ିଶା ରାଜନୀତିରେ ବିରଳ।

Please Share

Leave a Reply

Your email address will not be published. Required fields are marked *