କୋଭିଡ ପ୍ରଭାବିତ ଜିଲ୍ଲା ପାଇଁ ଆଲୋଚନା କଲେ ପୋଲିସ ଡ଼ିଜି

Advertisement
Advertisement
Click for Any Complaint Regarding This News
AAA Online Services

କଟକ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ରାଜ୍ୟର ସମସ୍ତ ରେଂଜ ଆଇ.ଜି, ଡି.ଆଇ.ଜି ଏବଂ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ଆଜିର ଏହି ବୈଠକରେ ନିମ୍ନଲିଖିତ ପ୍ରସଙ୍ଗ ଉପରେ ବିଷଦ ଭାବରେ ଆଲୋଚନା ହୋଇ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ପ୍ରମୁଖ କୋଭିଡ ପ୍ରଭାବିତ ଜିଲ୍ଲା ପାଇଁ ଆଲୋଚନା ବିଷୟ
(୧) ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସୁରକ୍ଷା ସରଞ୍ଜାମ ଯଥା ଆଖି ପାଇଁ ଚଷମା, ମୁହଁ ଘୋଡାଇବା ପାଇଁ ମାସ୍କ ଓ ହାତ ପାଇଁ ଗ୍ଲୋବ୍ସ ଆଦି ସରଞ୍ଜାମ ବ୍ୟବସ୍ଥା ।
(୨) ଅନାବଶ୍ୟକ ମିଳାମିଶା ଠାରୁ ଦୂରରେ ରହିବାକୁ ପୋଲିସ କର୍ମଚାରୀଙ୍କୁ ପରାମର୍ଶ ।
(୩) ଆକସ୍ମିକ ପାଣ୍ଠି ବ୍ୟବସ୍ଥା ।
(୪) ପୋଲିସ କର୍ମଚାରୀଙ୍କ ପାଇଁ କୋଭିଡ ସୁରକ୍ଷା ସମ୍ୱନ୍ଧୀୟ ପ୍ରଶିକ୍ଷଣ ।
ସୀମା ତନଖି ଫାଟକ ଥିବା ଜିଲ୍ଲା ପାଇଁ ଆଲୋଚନା ପ୍ରସଙ୍ଗ
(୧) ସୀମାରେ ଥିବା ତନଖି ଫାଟକ ଗୁଡିକ ପାଇଁ ଧାର୍ଯ୍ୟ ମାନଦଣ୍ତ (SOP) କୁ କାର୍ଯ୍ୟକାରୀ କରିବା ।
(୨) ପୋଲିସ କର୍ମଚାରୀଙ୍କ ପାଇଁ ସୁରକ୍ଷା ସରଞ୍ଜାମ ଯଥା ଆଖି ପାଇଁ ଚଷମା, ମୁହଁ ଘୋଡାଇବା ପାଇଁ ମାସ୍କ ଓ ହାତ ପାଇଁ ଗ୍ଲୋବ୍ସ ଆଦି ସରଞ୍ଜାମ ବ୍ୟବସ୍ଥା ।
(୩) ଅନାବଶ୍ୟକ ମିଳାମିଶା ଠାରୁ ଦୂରରେ ରହିବାକୁ ପୋଲିସ କର୍ମଚାରୀଙ୍କୁ ପରାମର୍ଶ ।
(୪) ପାଦ ଚଲା ଓ ସାଇକେଲରେ ଆତଯାତ ବ୍ୟକ୍ତିଙ୍କ ପାଇଁ ନୀତି ନିର୍ଦ୍ଧାରଣ ।
(‍‌‍‍‍‌‌‌‌‌‌‌୫) ପୋଲିସ କର୍ମଚାରୀଙ୍କ ପାଇଁ କୋଭିଡ ସୁରକ୍ଷା ସଂବନ୍ଧୀୟ ପ୍ରଶିକ୍ଷଣ ।
ଆଜିର ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର, ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇ.ଜି ଶ୍ରୀମତୀ ରେଖା ଲୋହାନୀ, ଶ୍ରୀ ଯତିନ୍ଦ୍ର କୋଏଲ, ଏ.ଆଇ.ଜି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Please Share

Leave a Reply

Your email address will not be published. Required fields are marked *