ଭୁବନେଶ୍ୱର : ଓଡ଼ିଶା ସୁରକ୍ଷା ସେନାର ମହିଳା ଶାଖା ନିରନ୍ତର ଭାବେ ନିଜକୁ ସେବା କାର୍ଯ୍ୟରେ ନିୟୋଜିତ କରି ରଖିଛନ୍ତି। ଆଜି ଭୁବନେଶ୍ୱରରେ ବିଭିନ୍ନ ଅଂଚଳରେ ବୁଲୁଥିବା ଗୋ ମାତାଙ୍କୁ ଖାଦ୍ୟ (ଚୁନ ଓ ଚୋକଡ଼) ଖାଇବାକୁ ଦେଇ ତାଙ୍କ ସେବା କରିଛନ୍ତି।
ସେନାର ମହିଳା ଶାଖା ସଭାପତି ଅନୁରାଧା ଦାସଙ୍କ ନେତୃତ୍ୱରେ ଆଜିର ଏହି କାର୍ଯ୍ୟକ୍ରମରେ ମିନାକ୍ଷୀ ବିଶ୍ୱାଳ, ଦେବକୀ ବାରିକ, ପ୍ରଭାତୀ ସେଠୀ, ସୁମିତ୍ରା, ହରପ୍ରିୟା, ସତ୍ୟପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।