ଅମାନିଆ ପ୍ରବାସୀ ଓଡ଼ିଆ ସୁଧୀରିଯାଉ

Advertisement
Advertisement
Click for Any Complaint Regarding This News
AAA Online Services

କଟକ , (ଅମ୍ବିକା ପ୍ରସନ୍ନ ତ୍ରିପାଠୀ) : ସମସ୍ତ ଫେରନ୍ତା ଓ ଆସୁଥିବା ଓଡ଼ିଆ ଭାଇ ଭଉଣୀ ମାନେ ବାରମ୍ବାର ସରକାରଙ୍କୁ ଅନୁରୋଧ କଲେ ଯେ ଆମ୍ଭେମାନେ ବାହାରେ ଅଛୁ ଏଠାରେ ବହୁତ୍ ହଇରାଣ ହେଉଛୁ ଖାଇବାକୁ ପାଉନୁ, ମୁଖ୍ୟମନ୍ତ୍ରୀ ଆମ୍ଭମାନଙ୍କୁ ରକ୍ଷା କରନ୍ତୁ।
ସରକାର ସବୁ ପ୍ରକାର ଚେଷ୍ଟା କରି ନିଜ ହିପାଜତରେ ଆପଣ ମାନଙ୍କୁ ଆଣି ନିଜ ତତ୍ତ୍ଵାବଧାନରେ ସଂଗରୋଧ୍ ରେ ରଖି ସମସ୍ତ ପ୍ରକାର ସୁବିଧା କଲେ, କଣ ଭୁଲ କଲେ ସରକାର ?

ଆସିବା ପାଇଁ ରେଳ, ବସ,ବ୍ୟବସ୍ଥା କଲେ, ରହିବା ପାଇଁ ଘର ଦେଲେ,ଖାଇବା ପାଇଁ ବ୍ୟବସ୍ଥା କଲେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସୁବିଧା କଲେ,୧୪ଦିନ ପରେ ଘରକୁ ଗଲା ବେଳେ ଆର୍ଥିକ ସାହାଯ୍ୟ ବି ଦେବେ କିନ୍ତୁ କାହିଁକି?
କାରଣ ଆମ ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ନିଜ ଘରକୁ ଆସନ୍ତୁ ନିଜ ଜନ୍ମ ମାଟି ପରିବାର ଲୋକଙ୍କ ପାଖକୁ ଆସନ୍ତୁ କିନ୍ତୁ ତାଙ୍କ ସଙ୍ଗରେ କରୋନା ଘରକୁ ନୀୟନ୍ତୁନି କି ଓଡ଼ିଶାରେ ସଂକ୍ରମିତ କରନ୍ତୁନି।କଣ ଭୁଲ୍ କଲେ?
ଆଉ କଣ ଆପଣଙ୍କ ପାଇଁ ୪କୋଟି ୫୦, ଲକ୍ଷ ଲୋକଙ୍କର ଜୀବନ ବିପନ୍ନ କରିବେ,ଟିକିଏ ଚିନ୍ତା କରନ୍ତୁ ମହାମାରୀ ବ୍ୟାପି ଚାଲିଛି ଓଡ଼ିଶା ସରକାର ଙ୍କ ନିଦ ହଜି ଯାଉଛି,ଡାକ୍ତର ସ୍ବାସ୍ଥ୍ୟ କର୍ମୀ ଅନବରତ ସେବା ରେ ଲାଗିଛନ୍ତି,ସ୍ଵାସ୍ଥ୍ୟ ବିଭାଗ,ପୋଲିସ ବିଭାଗ, ପଦସ୍ଥ ଅଫିସର ମାନଙ୍କ ପ୍ରାଣ ମୂର୍ଚ୍ଛା ଉଦ୍ୟମ କିପରି ଓଡ଼ିଶା କୁ ରକ୍ଷା କରିବା, ଆଉ ଆପଣ ମାନେ କଣ କରୁଛନ୍ତି।
ନିଜ ଘର ପାଖରେ ରହିଲେ,ଦାବି କଲେ ଆମେ ଓଡ଼ିଶାରେ ପ୍ରବାସୀ ଓଡ଼ିଆ ଆମ କୁ ଭବ ଆତିଥ୍ୟ ପ୍ରଦାନ କର,ଆମେ ବର୍ତ୍ତମାନ ଦେଶର ଭବିଷ୍ୟତ ଗର୍ବ ଗୌରବ,ଆମର ସୁସ୍ବାଦୁ ଖାଦ୍ୟ ଠିକ୍ ସମୟରେ ଦରକାର୍,ଆମୋଦ ପ୍ରମୋଦ ପାଇଁ ସାମଗ୍ରୀ ଦରକାର୍,ଆମେ ରାତିରେ ଲୁଚି ଘରକୁ ଯିବୁ,ଘରେ ମହାମାରୀ ବାଣ୍ଟିବୁ,ଆମ ପାଇଁ ପରିବାର ଓ ଅନ୍ୟ ମାନେ ମରନ୍ତୁ ।
ଛି ଛି କି ବେଲଜ୍ୟା ଦେଶଦ୍ରୋହୀ, ଭୟଙ୍କର ଅପରାଧୀ ନିରୀହ ଜନ ସାଧାରଣଙ୍କ ର ନିଶ୍ଚିତ ମୃତ୍ୟୁ ଦାତା ଏମାନେ।
ବାହାର ରାଜ୍ୟରେ ରହି ଖାଇବାକୁ ପାଉନଥିଲେ ଫେରିବାର ବାଟ ବି ନଥିଲା , ତା ସତ୍ବେ ଯେଉଁ ବେଇମାନ୍ ମାନେ ଅନ୍ୟ ଜୀବନ ପ୍ରତିବିପଦ୍ ସେମାନଙ୍କୁ ଅଲଗା ନକ୍ସା ଲ ପ୍ରବଣ ଅଞ୍ଚଳ ଆଉ ତାଙ୍କର ଦାୟିତ୍ଵ ରେ ରଖିବା ଉଚିତ୍।
ତେଣୁ ହେ ଅମାନିଆ ମୂର୍ଖ ଦୟାକରି ଚିନ୍ତା କର କାଲି ସକାଳେ ତମେ ଯେମିତି ସେହି ରୋଗର ଶିକାର ନ ହୋଇ ଅନୁସୋଚନା କଲା ବେଳକୁ ତମର ସମୟ ସରି ନ ଯାଉ।
ସରକାରଙ୍କ ଅଶେଷ ଧନ୍ୟବାଦ୍ ସେ ଓଡ଼ିଶାର ଅଗଣିତ ଜନ ସାଧାରଣଙ୍କ ଜୀବନକୁ ରକ୍ଷା ସହ କିପରି ଓଡ଼ିଶା ବାସି କୌଣସି ଅସୁବିଧାରେ ନ ପଡନ୍ତୁ ରାତି ଦିନ ଏକ କରିଦେଇଛନ୍ତି ଆଜି ଆମେ ଗର୍ବିତ ଆଉ ନତମସ୍ତକ ତାଙ୍କ ପାଖରେ।
ହେ ଅମାନିଆ ଦଳ ଏବେ କିନ୍ତୁ ତମ ପାଇଁ ଅନ୍ୟ ମାନେ ଓଡ଼ିଶା ଆସିବା କଷ୍ଟ ହୋଇଯିବ।
ନିୟମ ଭଂଗ କଲେ ତମ ପାଇଁ ଯେତେ ଦଣ୍ଡ ଦେଲେ ବି କମ୍ ,ତମ ମାନଙ୍କ ପରିବାର ମଧ୍ୟ ବୁଝିବା ଦରକାର୍ ତାଙ୍କ ଲୋକେ କେମିତି ଜାତି,ଦେଶ ପାଇଁ ବିପଦ।
ଏବେ ବି ସମୟ ଅଛି ସୁଧୁରି ଯାଇ ନିଜେ ବଞ୍ଚ୍ ଓ ଅନ୍ୟ ମାନଙ୍କୁ ବଞ୍ଚିବା ପାଇଁ ଦିଅ।

Please Share

Leave a Reply

Your email address will not be published. Required fields are marked *