ଭୁବନେଶ୍ୱର : ରାଜ୍ୟ ସରକାର ନୂଆ ଲକ ଡାଉନ ନିୟମ ନୋର୍ଦେନାମା ଜାରି କରିଛନ୍ତି। ଓଡ଼ିଶାରେ ଲକ ଡାଉନ ଅବଧିକୁ ଆସନ୍ତା ୧୭ ମେ’ ଯାଇ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।
ନୂଆ ନିୟମ ଆସନ୍ତା କାଲି (୦୪.୦୫.୨୦୨୦) ଠାରୁ ୧୭.୦୫.୨୦୨୦ ଯାଇ ବଳବତ୍ତର ରହିବ। କେନ୍ଦ୍ର ସରକାର ପକ୍ଷରୁ ରେଡ଼ ଜୋନ, ଓରେଜ୍ଞ ଜୋନ ଓ ଗ୍ରୀନ ଜୋନ ଗାଇଡ଼ ଲାଇନ ଅନୁସାରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ଜୋନ ଚୟନ କରିବ।
ରାଜ୍ୟ ସରକାର ଅନ୍ୟବଶ୍ୟକ କାର୍ଯ୍ୟ ପାଇଁ ବ୍ୟକ୍ତିଗତ ଚାଲିଚଳନ ପାଇଁ ସନ୍ଧ୍ୟା ୭ ରୁ ସକାଳ ୭ ଯାଇ କଟକଣା ଜାରିକରିଛି। ଜିଲା ସ୍ତରରେ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ୧୪୪ଧାରା ଜାରି କରି ଏହି ନିୟମ କଡ଼ା କଡୀ ପାଳନ କରିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛି।
ସବୁ ଜୋନରେ ସାଧାରଣ ରେ ଟ୍ରେନ ଓ ଉଡା ଜାହାଜ ସେବା ବନ୍ଦ ରହିବ। ଅନ୍ତ ରାଜ୍ୟ ମଧ୍ୟରେ ଚାଲୁ ଥିବା ବସ ଚଳାଚଳ ବନ୍ଦ ରହିବ। ଅନ୍ତ ରାଜ୍ୟ ବ୍ୟତିଗତ ଗମନାଗମନ ମଧ୍ୟ ବନ୍ଦ ରହିବ। ରାଜ୍ୟରେ ସବୁ ସ୍କୁଲ, କଲେଜ, ଶିକ୍ଷା ଅନୁଷ୍ଠାନ, କୋଚିଂ ସେଣ୍ଟର, ମଧ୍ୟ ବନ୍ଦ ରହିବ। ସବୁ ସିନୀମା ଘର, ମାର୍କେଟ କମ୍ପ୍ଲେକ୍ସ, ଜିମ , ଖେଳ କମ୍ପ୍ଲେକ୍ସ, ସ୍ୱିମିଙ୍ଗ ପୁଲ, ପାର୍କ, ମଲ୍ଟି ପ୍ଲେକ୍ସ, ବାର, ସଭା ଗୃହ ଆଦି ମଧ୍ୟ ବନ୍ଦ ରହିବ।
ସବୁ ସାମାଜିକ, ରାଜନୈତିକ, ଧାର୍ମିକ, ସଂସ୍କୃତିକ ଆଦି ସମାବେଶ ଉପରେ କଟକଣା ଜାରି ରହିଛି। ସେଭଳି କୌଣସି ଧାର୍ମିକ ସ୍ଥଳରେ ମଧ୍ୟ ସମାବେଶ ଉପରେ କଟକଣା ଜାରି ରହିଛି।
ରେଡ଼ ଜୋନ ରେ ବିଶେଷ କଟକଣା ସହିତ ସାଇକଲ ରିକ୍ସା ଓ ଅଟୋ ରିକ୍ସା ସହିତ ଟ୍ୟାକ୍ସି ବନ୍ଦ ରହିବ। ଜିଲ୍ଲା ଭିତରେ ଓ ବହାରକୁ ବସ ଚଳାଚଳ ମଧ୍ୟ ବନ୍ଦ ରହିବ। ବାରିକ ଦୋକାନ ଓ ଆରୋଗ୍ୟକାରୀ ଦୋକାନ ମଧ୍ୟ ବନ୍ଦ ରହିବ।
ଓରେଞ୍ଜ ଜୋନ ରେ ବିଶେଷ କରି ଜିଲ୍ଲା ଭିତରେ ଓ ବହାରକୁ ବସ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି। ଟ୍ୟାକ୍ସିରେ କେବଳ ଜଣେ ଡ୍ରାଇଭର ସହିତ ଦୁଇ ଜଣ ଯାଇ ପାରିବେ।
ଗ୍ରୀନ ଜୋନ ରେ ଜିଲ୍ଲା ଭିତରେ ଓ ବହାରକୁ ବସ ଚଳାଚଳ ବନ୍ଦ କରାଯାଇଛି। ଏହା ସହିତ ଅନ୍ୟ ସବୁ କ୍ରିୟା ଯାହା ଉପରେ କଟକଣା ନାହିଁ ସେଗୁଡ଼ିକ ଖୋଲା ରହିବ ବୋଲି ରାଜ୍ୟ ସରକାର ନିର୍ଦ୍ଧେଶ ଜାରି କରିଛି।