କରୋନା ସଙ୍କଟ ଘଡିରେ ଓଡ଼ିଶା ସୁରକ୍ଷା ସେନାର ନିରନ୍ତର ସେବା କାର୍ଯ୍ୟ ଜାରି

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ କରୋନା ସଙ୍କଟ ଘଡିରେ ସେବା କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ଆଜି ଭୁବନେଶ୍ୱର ସ୍ଥିତ ଏକ ବସ୍ତିରେ କିଛି ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି ସେନାର ମହିଳା ଶାଖା ସଦସ୍ୟା ଗଣ।

ମହିଳା ଶାଖା ସଭାପତି ଶ୍ରୀମତୀ ଅନୁରାଧା ଦାସ କହିଛନ୍ତି ଯେ ଆମେ ସୂଚନା ପାଇଥିଲୁ ଯେ ବସ୍ତିରେ ଗୋଟିଏ ମାସକର ଅସହାୟ ପିଲା ରହିଛି ତା ସହିତ ଆଉ ମଧ୍ୟ କିଛି ଅସହାୟ ପିଲା ବସ୍ତିରେ ବସାବାସ କରୁଛନ୍ତି। ସେଇ ପିଲାଙ୍କୁ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକ ସମଗ୍ରୀ ବାଣ୍ଟିବା ଆଜି ଆମର ପ୍ରମୁଖ ଲକ୍ଷ୍ୟ ଥିଲା। ଛୋଟ ପିଲାଙ୍କ କ୍ଷୀର ବୋତଲ, କ୍ଷୀର ପାଉଡର, ସାବୁନ, ତେଲ, ଚାମୁଚ, ଗିନା, କପଡା ଆଦି ତାଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରାଯାଇଛି।

Please Share

Leave a Reply

Your email address will not be published. Required fields are marked *