କରୋନା ସଙ୍କଟ ସମୟରେ ସଫେଇ କର୍ମଚାରୀଙ୍କୁ ସନ୍ନମାନିତ କରି ମାସକର ରାସନ ଓ ବସ୍ତ୍ର ବାଣ୍ଟିଲା ଓଡ଼ିଶା ସୁରକ୍ଷା ସେନା

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ଆଜି ଓଡ଼ିଶା ସୁରକ୍ଷା ସେନା ମହିଳା ଶାଖା ପକ୍ଷରୁ ମହାନଗର ନିଗମର ସଫେଇ କର୍ମଚାରୀଙ୍କୁ ସନ୍ନମାନିତ କରି ମାସକର ରାସନ ଓ ବସ୍ତ୍ର ବଣ୍ଟା ଯାଇଛି। ମହିଳା ଶାଖା ସଭାପତି ଅନୁରାଧା ଦାସଙ୍କ ନେତୃତ୍ୱରେ ଆଜି ମହାନଗର ନିଗମର ସଫେଇ କର୍ମଚାରୀଙ୍କୁ ମଥା ରେ ତିଳକ ଓ ପୁଷ୍ପ ପ୍ରଦାନ କରି ସନ୍ନମାନିତ କରାଯାଇଛି। ଏହା ପରେ ମହିଳା ସଫେଇ କର୍ମଚାରୀଙ୍କୁ ଶାଡୀ ଓ ପୁରୁଷଙ୍କୁ ପେଣ୍ଟ , ସାର୍ଟ ପ୍ରଦାନ କରାଯାଇଥିଲା। ଏହା ସହିତ ସମସ୍ତ ସଫେଇ କର୍ମଚାରୀ ଙ୍କୁ ମାସକର ରାସନ ମଧ୍ୟ ବଣ୍ଟନ କରାଯାଇଥିଲା। ସେନା ପକ୍ଷରୁ ଏଭଳି କାର୍ଯ୍ୟକ୍ରମକୁ ସବୁ ମହଲରେ ଭୁଇଁଷି ପ୍ରଶଂସା କରାଯାଇଛି।

ଆଜିକାର ଏହି କାର୍ଯ୍ୟକ୍ରମରେ ମିନାକ୍ଷୀ ବିଶ୍ୱାଳ, ପ୍ରଭାତୀ, ସୁମିତ୍ରା, ଇଲି, ହରାପ୍ରିୟା, କାର୍ତିକ ପାଢ଼ୀ, ସନ୍ୟାସୀ ମିଶ୍ର, ସଞ୍ଜୟ ଦାସ, ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Please Share

Leave a Reply

Your email address will not be published. Required fields are marked *