ଭାରତୀୟ ମେଡିକାଲ ସଙ୍ଘ ଓଡ଼ିଶା ଶାଖାର ପଦାଧିକାରୀ ସହ ପୋଲିସ ଡ଼ିଜିଙ୍କ ବୈଠକ

Advertisement
Advertisement
Click for Any Complaint Regarding This News
AAA Online Services

କଟକ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ଠାରେ ଭାରତୀୟ ମେଡିକାଲ ସଙ୍ଘ ଓଡ଼ିଶା ଶାଖାର ପଦାଧିକାରୀ ଓ ସଦସ୍ୟଙ୍କ ସହ ଏକ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟସେବା ଅଧିକାରୀ ଓ କର୍ମୀଙ୍କର ସୁରକ୍ଷା ଏବଂ ତାଙ୍କ ବିରୋଦ୍ଧରେ ଘଟୁଥିବା ଅପରାଧ ନିରାକରଣ ସମ୍ୱନ୍ଧରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଭାରତୀୟ ମେଡିକାଲ ସଙ୍ଘ ଓଡ଼ିଶା ଶାଖାର ପୂର୍ବତ୍ତନ ସଭାପତି ଡାକ୍ତର ପୂର୍ଣଚନ୍ଦ୍ର ମହାପାତ୍ର, ବର୍ତ୍ତମାନର ସଭାପତି ଡାକ୍ତର ନିବେଦିତା ପାଣି, ସଂପାଦକ ଡାକ୍ତର ବ୍ରଜକିଶୋର ଦାଶ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । “କୋଭିଡ଼-୧୯” ପରିସ୍ଥିତି ସମୟରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କର ସୁରକ୍ଷା ସମ୍ୱନ୍ଧରେ ଓଡିଶା ପୋଲିସର ପ୍ରତିବଦ୍ଧତା ବିଷୟରେ ଡ଼ି. ଜି. ପି ସୂଚାଇ ଥିଲେ ।
ଭାରତୀୟ ମେଡିକାଲ ସଂଘ ଓଡିଶା ଶାଖାର ସଦସ୍ୟମାନେ ଏହି ସମୟରେ ପୋଲିସର କଠିନ ପରିଶ୍ରମ ଏବଂ ବିଶେଷକରି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପ୍ରତି ଅକୁଣ୍ଠ ସହଯୋଗର ପ୍ରଶଂସା କରିଥିଲେ । ସେମାନେ ମଧ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଘଟୁଥିବା ହିଂସା ବିରୁଦ୍ଧରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଏତଦବ୍ୟତିତ, ଜିଲ୍ଲାସ୍ତରରେ ଜିଲ୍ଲା ପୋଲିସ ଏବଂ ଜିଲ୍ଲା ଆଇ.ଏମ. ଏ (IMA) ଶାଖାର ପଦାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ମଧ୍ୟ ଅନୁରୋଧ କରିଥିଲେ । ଶେଷରେ ସଂପ୍ରତି ପ୍ରଚଳିତ ସୁରକ୍ଷା ସମ୍ୱନ୍ଧୀୟ ବ୍ୟବସ୍ଥାକୁ କୋଭିଡ଼-୧୯ ପରବର୍ତ୍ତୀ ସମୟରେ ଜାରି ରଖିବାକୁ ଭାରତୀୟ ମେଡିକାଲ ସଙ୍ଘ ଓଡିଶା ଶାଖାର ପଦାଧିକାରୀମାନେ ଡି.ଜି.ପିଙ୍କୁ ନିବେଦନ କରିଥିଲେ । ଅତରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା ) ଏହି ଆଲୋଚନା ବୈଠକରେ ଉପସ୍ଥିତ ଥିଲେ ।

Please Share

Leave a Reply

Your email address will not be published. Required fields are marked *