ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି ପାଇଁ ପ୍ରସ୍ତାବ।

Advertisement
Advertisement
Click for Any Complaint Regarding This News
AAA Online Services

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ କାଳ ୬ମାସ ବୃଦ୍ଧି କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲୋକସଭାରେ ପ୍ରସ୍ତାବ ଆଗତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ହୋଇଯାଇଛି। ନିର୍ବାଚନ ଆୟୋଗ ଚଳିତବର୍ଷ ଶେଷ ଆଡକୁ ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ସେଠାରେ ରାଷ୍ଟ୍ରପତି ଶାସନ ସମୟ ଆହୁରି ୬ମାସ ବୃଦ୍ଧି କରିବା ଆବଶ୍ୟକ। ଜୁଲାଇ ୩ରୁ ନୂଆ ସମୟ ସୀମା ଲାଗୁ କରିବାକୁ ଶାହ ପ୍ରସ୍ତାବରେ ଦର୍ଶାଇଛନ୍ତି।

ଶାହ କହିଥିଲେ ରାଜ୍ୟରେ ପ୍ରଥମେ ରାଜ୍ୟପାଳ ଶାସନ ଏବଂ ପରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଏହି ସମୟରେ ସରକାର ଆତଙ୍କବାଦ ନିପାତ ଲାଗି ପଦକ୍ଷେପ ନେଇଛନ୍ତି। ପୂର୍ବ ନିର୍ବାଚନ ସମୟରେ ରାଜ୍ୟ ରକ୍ତରଞ୍ଜିତ ହୋଇଥିଲା। କିନ୍ତୁ ଏବେ ଚିତ୍ର ବଦଳିଛି ବୋଲି ଶାହ ଗୃହରେ କହିଥିଲେ। ସମସ୍ତ ସଦସ୍ୟ ଦଳରୁ ଊର୍ଦ୍ଧ୍ଵରେ ରହି ପ୍ରସ୍ତାବକୁ ସମର୍ଥନ ଦେବାକୁ ସେ ଦାବି କରିଥିଲେ। ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ପାଇଁ ଲୋକସଭାରେ ପ୍ରସ୍ତାବ ଆଗତ କରିଛନ୍ତି।

Please Share

Leave a Reply

Your email address will not be published. Required fields are marked *