କଟକ , ରମାକାନ୍ତ ପଣ୍ଡା (ସ୍ବପ୍ର) : ଆଜି ମାନ୍ୟବର ଓଡିଶା ହାଇକୋର୍ଟ, ଆଇନଜୀବି ଦିଲ୍ଲୀପ କୁମାର ରାୟଙ୍କ ଦ୍ୱାରା ଆଗତ ଏକ ଜନ ସ୍ବାର୍ଥ ମାମଲାର ଶୁଣାଣି କରି ସମଗ୍ର ରାଜ୍ୟରେ କରୋନା ଜନିତ ସାନିଟାଇଜେସନ ବ୍ୟବସ୍ଥାକୁ ତ୍ୱରିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆବେଦନକାରି ଶ୍ରୀ ରାୟ ପ୍ରକାଶ କରିଛନ୍ତି ।
ରିଟ ପିଟିସନ W.P.(C) No.11129 /2020 ମୂଳେ ଆଗତ ଜନ ସ୍ଵାର୍ଥ ମାମଲାର ଶୁଣାଣି ବେଳେ ସରକାରଙ୍କ ତରଫରୁ ଏ ବାବଦରେ ସତ୍ୟପାଠ ଦାଖଲ କରିବା ପାଇଁ କିଛି ସମୟ ଆବେଦନ କରିଥିଲେ । ଏଥି ସହିତ କଣ ପଦକ୍ଷେପ ନେଇଛନ୍ତି ସେ ବାବଦରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା 29 ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ବୋଲି ଆବେଦନକାରୀ ଶ୍ରୀ ରାୟ ପ୍ରକାଶ କରିଛନ୍ତି ।