ଡା ପ୍ରବୀଣ ଭାଇ ତୋଗାଡିଆଙ୍କ କ୍ରାନ୍ତି ଓଡିଶା ମିଡ଼ିଆ ହାଉସ ପରିଦର୍ଶନ

Advertisement
Advertisement
Click for Any Complaint Regarding This News
AAA Online Services

କଟକ, ଅମ୍ବିକା ପ୍ରସନ୍ନ ତ୍ରିପାଠୀ : ତା ୨୬ରିଖ ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ତଥା ହିନ୍ଦୁ ମାନଙ୍କୁ ଏକତ୍ରିତ କରିବା ପାଇଁ ପ୍ରୟାସ ଜାରି ରଖି ଥିବା ଡା ପ୍ରବୀଣ ଭାଇ ତୋଗାଡିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

କଟକ ଗସ୍ତ ସମୟରେ ସେ “କ୍ରାନ୍ତି ଓଡ଼ିଶା ,ମିଡିଆ ହାଉସ ” ପରିଦର୍ଶନ ସହ ଓଡ଼ିଶା ସୁରକ୍ଷା ସେନା ର ସମସ୍ତ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ। କ୍ରାନ୍ତି ଓଡ଼ିଶାର ଏକ୍ସଇକୁଇଟିଭ ସମ୍ପାଦକ ନନ୍ଦ କିଶୋର ଯୋଶୀ ତଥା ପ୍ରକାଶକ ସବ୍ୟସାଚୀ ଶତପଥୀ ତାଙ୍କୁ ସ୍ବାଗତ କରିଥିଲେ।

ପ୍ରାରମ୍ଭରେ ଓଡ଼ିଶା ସୁରକ୍ଷା ସେନା ର ମୁଖ୍ୟ ତଥା କ୍ରାନ୍ତି ଓଡ଼ିଶା ମିଡ଼ିଆ ହାଉସ ର ମୁଖ୍ୟ ସମ୍ପାଦକ ଅଭିଷେକ ଯୋଶୀ ଓ ଅନ୍ୟାନ୍ୟ ସଙ୍ଗଠନ ର କର୍ମକର୍ତ୍ତା ମାନେ ତାଙ୍କୁ ବିପୁଳ ସ୍ବାଗତ ସମ୍ୱର୍ଦ୍ଧନା ଜଣାଇ ଥିଲେ।

ହିନ୍ଦୁ ମାନଙ୍କର ହୃଦୟର ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦ୍ଵୀପ ପ୍ରଜ୍ବଳନ କରି ସାରିଲା ପରେ ପ୍ରବୀଣ ଭାଇ ତୋଗାଡିଆଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇ ଥିଲା। ପ୍ରାରମ୍ଭିକ ଅଭିବାଦନ ରେ ଓଡ଼ିଶା ସୁରକ୍ଷା ସେନା ମୁଖ୍ୟ ତଥା କ୍ରାନ୍ତି ଓଡ଼ିଶା ସମ୍ପାଦକ ଶ୍ରୀ ଯୋଶୀ ଓଡ଼ିଶା ସୁରକ୍ଷା ସେନାର ଓଡ଼ିଶାରେ କାର୍ଯ୍ୟ କ୍ରମ ଓ ହିନ୍ଦୁ ମାନଙ୍କୁ ଏକତ୍ରିତ କରିବା ସହ ଓଡ଼ିଶାର ପରମ୍ପରା ,ସଂସ୍କୃତି, ସୁରକ୍ଷା ବିଷୟରେ ସୂଚନା ଦେଇଥିଲେ। ପୁରାତନ ଧର୍ମ ସନାତନ ଧର୍ମ ଓ ବିଶ୍ବପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥ ଓ ହିନ୍ଦୁ ଙ୍କ ଦ୍ଵାରା ପୂଜା ପାଉଥିବା ଗୋମାତା ଙ୍କ ସୁରକ୍ଷା ଗୋହତ୍ୟା ଆଇନିର କଡ଼ା କଡ଼ି ପ୍ରଚଳନ ବିଷୟରେ
ପ୍ରବୀଣ ଭାଇ ତୋଗାଡିଆଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ମୁଖ୍ୟ ଅତିଥି ଭାବରେ ହିନ୍ଦୁ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଅଧ୍ୟକ୍ଷ
ପ୍ରବୀଣ ଭାଇ ତୋଗାଡିଆ ହିନ୍ଦୁ ମାନଙ୍କୁ ଏକତ୍ରିତ ଓ ସଂଗଠିତ ହେବା ପାଇଁ ଆହ୍ଵାନ ଦେଇଥିଲେ।ହିନ୍ଦୁ ମାନଙ୍କର ସୁରକ୍ଷା, ରୋଜଗାର, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସର୍ବଶେଷରେ ହିନ୍ଦୁ ମାନଙ୍କୁ ସାହାଯ୍ୟ କରିବା ପାଇଁ ହିନ୍ଦୁ ହେଲ୍ପ ଲାଇନ ର ପ୍ରଚଳନ ର ବ୍ୟବସ୍ଥା ଉପରେ ସୂଚନା ଦେଇଥିଲେ।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ହିନ୍ଦୁ ଗୋଟିଏ ଜାତି ଗୋଟିଏ ଧର୍ମ ସେଇ ପୁରାତନ ସନାତନ ଧର୍ମ ସଂସ୍କୃତି ସେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା କରିଥିଲେ। ହିନ୍ଦୁ ମାନେ କିପରି ଗାଁ ଗଣ୍ଡା,ସହର,ରାଷ୍ଟ୍ର, ଦେଶ ମଧ୍ୟରେ ଏକତ୍ରିତ ହେବେ ଏକ ସ୍ୱର୍ ହେବ ତାହାର ବ୍ୟାଖ୍ୟା କରିଥିଲେ।

Please Share

Leave a Reply

Your email address will not be published. Required fields are marked *