ଭୁବନେଶ୍ୱର : ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ନୂଆ ପଜିଟିଭ୍ କେସ୍ ସମ୍ପର୍କରେ ଅନ୍ୟ କିଛି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ସେମାନେ ଭଦ୍ରକରୁ ବୋଲି ଜଣାପଡ଼ିଛି । ଏମାନଙ୍କୁ ମିଶାଇ ଭଦ୍ରକରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଛି ।
ଲଗାତର ତିନି ଦିନ ଧରି ଭଦ୍ରକରୁ କରୋନା ପଜିଟିଭ୍ ରିପୋର୍ଟ ଆସୁଛି । ବିଶେଷକରି ବାସୁଦେବପୁର ଏବଂ ଭଣ୍ଡାରିପୋଖରୀରୁ ନୂଆ ନୂଆ କେସ୍ ଆସୁଛି । ଆକ୍ରାନ୍ତମାନଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତୁ୍ୟ ହୋଇଛି । ଆକ୍ଟିଭ୍ କେସ୍ ୫୧ ଅଛନ୍ତି ।