ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର: ଓଡ଼ିଶାରୁ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ଗତକାଲି ସୁଦ୍ଧା ମୋଟାମୋଟି ସମୁଦାୟ ୧୦୬୪୧ ସାମ୍ପଲ୍ ଟେଷ୍ଟରୁ ୧୦୫୭୩ ନେଗେଟିଭ୍ ଏବଂ ୬୮ ପଜିଟିଭ୍ ବାହାରିଥିବା କୁହାଯାଇଛି । ତେବେ ନୂଆ ୭ ପଜିଟିଭ୍ କେଉଁ ଅଞ୍ଚଳର ସେହି ତଥ୍ୟ ଦିଆଯାଇନାହିଁ ।

ପୂର୍ବରୁ ୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ୭ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ଟିଭ୍ କରୋନା ରୋଗୀଙ୍କ ସଂଖ୍ୟା ୪୩ ରେ ପହଞ୍ଚିଛି ।
ଉଲ୍ଲେଖଥାଉକି ଶେଷ ଥର ପାଇଁ ଗତ ୧୮ ତାରିଖରେ ବାଲେଶ୍ୱରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । କରୋନା ହଟ୍ ସ୍ପଟ୍ ଭୁବନେଶ୍ୱରରୁ ୧୫ ଦିନ ହେଲା କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ । ତେବେ ନୂଆ ୭ ପଜିଟିଭ୍ କେଉଁ ଅଞ୍ଚଳର ସେହି ସୂଚନାକୁ ଅପେକ୍ଷା କରାଯାଇଛି ।

Please Share

Leave a Reply

Your email address will not be published. Required fields are marked *