ଓଡ଼ିଶା ହାଇକୋର୍ଟର ମୂଖ୍ୟ ବିଚାରପତି ଭାବେ ଦାଇତ୍ଵ ଗ୍ରହଣ କରିବେ ଜଷ୍ଟିସ ମହମ୍ମଦ ରଫିକ

Advertisement
Advertisement
Click for Any Complaint Regarding This News
AAA Online Services

କଟକ ଡେସ୍କ , (ରମାକାନ୍ତ ପଣ୍ଡା) : ଗତ କାଲି 18 ତାରିଖରେ ମେଘାଳୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି ବୋଲି ମାନ୍ୟବର ସୁପ୍ରିମକୋର୍ଟର କଲେଜିଅମ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରକାଶ ଥାଉକି ଜଷ୍ଟିସ ମହମ୍ମଦ ରଫିକ ପୂର୍ବରୁ ଦୁଇ ଥର ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ 13 ନଭେମ୍ବର 2019 ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାଇତ୍ଵ ଗ୍ରହଣ କରିଥିଲେ ।

1984 ମସିହାରେ ରେ ରାଜସ୍ଥାନ ରେ ଆଇନରେ ଡିଗ୍ରୀ ହାସଲ କରିବା ପରେ ସେ ଓକିଲାତି ଆରମ୍ଭ କରିଥିଲେ ।ବିଶେଷ କରି ସାମ୍ବିଧାନୀକ ମାମଲା ଠୁ ଆରମ୍ଭ କରି ଚାକିରୀ ସଂକ୍ରାନ୍ତିୟ, ଜମିଜମା , ରେଲୱେ କ୍ଲେମ କେଶ, କମ୍ପାନୀ, ଓ ଫୌଜଦାରୀ ମାମଲାରେ ବେଶ ପାରଦର୍ଶିତାର ସହ ଓକିଲାତି ରେ ସୁନାମ ଅର୍ଜନ କରିଥିଲେ। ବର୍ତ୍ତମାନ ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ନେଇ ସୁପ୍ରିମକୋର୍ଟର କଲେଜିଅମ ସୂତ୍ରରୁ ବିଜ୍ଞପ୍ତି ପ୍ରକାଶ ପଇଛି ।

Please Share

Leave a Reply

Your email address will not be published. Required fields are marked *