ମିଳିତ ଜାତିସଂଘ କୂଟନୀତିକ ସମ୍ପର୍କ ସୁଦୃଢ଼ କରିବା ପାଇଁ ମୋଦି ସରକାର ଯେଉଁ ଉଦ୍ୟମ କରିଥିଲେ, ଶେଷରେ ଏହାକୁ ସଫଳତା ମିଳିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ଆସନ୍ତା ୨ ବର୍ଷ ପାଇଁ ସଦସ୍ୟ ଭାବେ ମାନ୍ୟତା ମିଳିଛି।ମିଳିତ ଜାତିସଂଘରେ ଥିବା ୫୫ଟି ଏସିଆ ପ୍ୟାସିଫିକ୍ ରାଷ୍ଟ୍ରଗୁଡ଼ିକ ଭାରତକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଏକ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ସମର୍ଥନ କରିଛନ୍ତି। ଏପରି କି ଚାଇନା ଓ ପାକିସ୍ତାନ ମଧ୍ୟ ଏ କ୍ଷେତ୍ରରେ ଭାରତକୁ ସହାୟତା କରିଛନ୍ତି। ଜାତୀୟ ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସଦସ୍ୟ ପଦ ପାଇଁ ଆସନ୍ତା ବର୍ଷ ଜୁନ୍ ୪ରେ ଭୋଟ ହେବ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସଦସ୍ୟ ଭାବେ ମାନ୍ୟତା ମିଳିଲା।
Click for Any Complaint Regarding This News
AAA Online Services