୧୦୨ବର୍ଷ ବୟସରେ ଆରପାରିକୁ ଗଲେ ବିଶିଷ୍ଟ ଗାନ୍ଧୀୟନ ମହମ୍ମଦ ବାଜୀ। କିଏ ଏହି ବ୍ୟକ୍ତି ? ଆସନ୍ତୁ ଜାଣିବା ଏହି ମହାନ ଆତ୍ମ ବିଷୟରେ।

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ବିଶିଷ୍ଟ ଗାନ୍ଧୀୟନ ମହମ୍ମଦ ବାଜି ୧୦୨ ବର୍ଷ ବୟସରେ ଦେହ ତ୍ୟାଗ । ନିଜ ଅଞ୍ଚଳରେ ପିଲାଙ୍କଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସ୍ନେହରେ ବାଜି ଭାଇ ବୋଲି କୁହନ୍ତି। ଏହି ମହାନ ଗାନ୍ଧୀୟନ ଯୁବ ଅବସ୍ଥାରେ ମହାତ୍ମା ଗାନ୍ଧୀ ପ୍ରତି ଆକୃଷ୍ଟ ହୋଇ ନିଜ ଗାଁ ନବରଙ୍ଗପୁର ଠାରୁ ସାଇକଲ ଯାତ୍ରା କରି ୱାରଧା ସ୍ଥିତ ସେବଗ୍ରାମ ଆଶ୍ରମ ପହଁଚିଥିଲେ । ସେଠାରେ ସେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ତାଙ୍କ ନୀତି ଓ ଆଦର୍ଶରେ କାର୍ଯ୍ୟ କରି ନିଜ ଜୀବନ ଦେଶ ପାଇଁ ଉସର୍ଗିତ କରିଦେଇଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନତା ଆନ୍ଦୋଳନରେ କାର୍ଯ୍ୟ କରିବା ସମୟରେ ବ୍ରିଟିଶ ସରକାର ଦ୍ୱାରା ତାଙ୍କୁ ଗୁଳି କରାଯାଇ ଜେଲ ପଠା ଯାଇଥିଲା। ଦେଶ ସ୍ଵାଧୀନ ହେଲା ପରେ ସେ ଭାରତର ଅନ୍ୟତମ ଗାନ୍ଧୀ ମହାନ ଆତ୍ମ ଆଚାର୍ଯ୍ୟ ବିନୋଭା ଭାବେ ସହିତ ଯୋଡି ହୋଇ ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ। କେବଳ ଆନ୍ଦୋଳନରେ ପ୍ରତେକ୍ଷ୍ୟ ଭାବେ ସାମିଲ ହୋଇନଥିଲେ ବରଂ ନିଜର ସବୁ ଜମିକୁ ଭୂଦାନ ଆନ୍ଦୋଳନରେ ଦାନ ମଧ୍ୟ କରିଥିଲେ। ଏଭଳି ମହାନ ବ୍ୟକ୍ତିତ୍ୱକୁ ହରେଇ ଓଡ଼ିଶା ଓ ଭାରତ ବର୍ଷରେ ଏକ ଶୂନ୍ୟ ସ୍ଥାନ ହୋଇଛି। ମହମ୍ମଦ ବାଜୀଙ୍କ ଦେହାବସନ ରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମାନବ ଅଧିକାର କର୍ମୀ ତଥା ଗାନ୍ଧୀ ବିଚାରଧାରରେ କାର୍ଯ୍ୟ କରୁଥିବା ନେତା ମନୋଜ ଜେନା। ସେ କହିଛନ୍ତି ଯେ ଏଭଳି ବ୍ୟକ୍ତି ସମାଜ ପାଇଁ ଓ ଆସନ୍ତା ପିଢ଼ି ପାଇଁ ଏକ ପ୍ରେରଣା ଓ ଉଦାହରଣ। ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ମହମ୍ମଦ ବାଜୀଙ୍କ ଦେହାବସନ ରେ ଶୋକ ବ୍ୟକ୍ତ କରି ତାଙ୍କ ଆତ୍ମର ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Please Share

Leave a Reply

Your email address will not be published. Required fields are marked *