ତିର୍ତ୍ତୋଲରେ କରୋନା କଟକଣାକୁ ବେଖାତିର୍ :ଗ୍ୟାସ୍ କାଉଣ୍ଟରରେ ପ୍ରବଳ ଭିଡ

Advertisement
Advertisement
Click for Any Complaint Regarding This News
AAA Online Services

ଜଗତସିଂହପୁର:(ରମେଶ ମହାନ୍ତି):- କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କିତ ପରିବେଶ ଥିବା ବେଳେ ସାରାଦେଶରେ ଲକଡାଉନ ଜାରି ହୋଇଛି।ଓଡିଶା ସରକାର ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ଲକଡାଉନ ସମୟସୀମା ବୃଦ୍ଧି କରିଥିବା ବେଳେ ଦେଶରେ ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଲକ୍ ଡାଉନ୍ ବୃଦ୍ଧି ଘୋଷଣା କରିଛନ୍ତି। ଘରୁ ନ ବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯିବା ସହ ସାମାଜିକ ଦୁରତା ରକ୍ଷା କରିବା ପାଇଁ ଆହ୍ୱାନ ଦିଆଯାଇଛି।ହେଲେ ସରକାରୀ କଟକଣାକୁ ମାନୁନାହାଁନ୍ତି ଲୋକେ।ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଳରେ ସାମାଜିକ ଦୁରତା କଟକଣାକୁ ଖୋଲମଖୋଲା ଉଲଘଂନ କରାଯାଉଛି।ସରକାରଙ୍କ ଉଜ୍ଜଳା ଗ୍ୟାସ ମାଗଣାରେ ପାଇବା ପାଇଁ ଗ୍ୟାସ କାଉଣ୍ଟରରେ ଜମାଉଛନ୍ତି ଭିଡ।ଗ୍ୟାସ ବିତରଣକାରୀ ଓ ଉପଭୋକ୍ତା ଖୋଲମଖୋଲା ନିୟମ ଉଲଘଂନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ।

ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଥିବା ସାଇ ଏଚ୍.ପି ଗ୍ରାମୀଣ ଗ୍ୟାସ ବିତରଣ ସଂସ୍ଥା କାଉଣ୍ଟର ଆଗରେ ଉଜ୍ୱଳା ଗ୍ୟାସ ନେବାପାଇଁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି।ଏକକାଳୀନ ଏକାଧିକ ଲୋକ କାଉଣ୍ଟର ଆଗରେ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଛି।ଏଥିନେଇ ଗ୍ୟାସ୍ ଏଜେନ୍ସି କର୍ମଚାରୀଙ୍କ ନିଘା ନାହିଁ କି ପୋଲିସ ପ୍ରଶାସନର ମଧ୍ୟ ଏଥିପ୍ରତି କୌଣସି ଦୃଷ୍ଟି ପଡିନଥିବା ଦେଖିବାକୁ ମିଳିଛି।ସାମାଜିକ ଦୁରତା ଭଙ୍ଗ କରିବା ପ୍ରୟାସ ଆଗକୁ ଜାରି ରହିବାର ସମ୍ଭାବନା ଥିବାରୁ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Please Share

Leave a Reply

Your email address will not be published. Required fields are marked *