ସାମନ୍ତ ଗୋୟଲ ‘ର’ ଓ ଅରବିନ୍ଦ କୁମାର ଆଇବି ମୁଖ୍ୟ ଭାବେ ନିଯୁକ୍ତି ପାଇଲେ।

Advertisement
Advertisement
Click for Any Complaint Regarding This News
AAA Online Services

କଟକ : କେନ୍ଦ୍ର ସରକାର ଦେଶର ପ୍ରମୁଖ ଗୁଇନ୍ଦା ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ର ମୁଖ୍ୟ ଭାବେ ଅରବିନ୍ଦ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିଭଳି ଦେଶର ବୈଦେଶିକ ତଥା ସାମରିକ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଅନାଲିସିସି ୱିଙ୍ଗ (ର) ମୁଖ୍ୟ ଭାବେ ସାମନ୍ତ ଗୋୟଲଙ୍କୁ ନିଯୁକ୍ତି ଦେଇଛନ୍ତି।
୧୯୮୪ ବ୍ୟାଚର ଆଇପିଏସ ଅଫିସର ଅରବିନ୍ଦ କୁମାର ବର୍ତ୍ତମାନ ଆଇବି ମୁଖ୍ୟ ଥିବା ରାଜୀବ ଜୈନଙ୍କ ସ୍ଥାନ ନେବେ। ୧୯୮୪ ବ୍ୟାଚ ଆଇପିଏସ ଅଫିସର ସାମନ୍ତ ଗୋୟଲ ଅନିଲ ଧସମ୍ନାଙ୍କ ସ୍ଥାନରେ ନୂଆ ର’ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ ନିଯୁକ୍ତି କମିଟିରେ ଉଭୟଙ୍କ ନାମକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

Please Share

Leave a Reply

Your email address will not be published. Required fields are marked *