କଟକ (ଅମ୍ବିକା ପ୍ରସନ୍ନ ତ୍ରିପାଠୀ) ଗତ କାଲି ତା ୦୫.୦୪.୨୦୨୦ ରିଖ କଟକର କେଶରପୁର ଠାରେ ଏକ ଉତ୍ତେଜନା ଦେଖା ଦେଇଥିବାରୁ । କିଛି ଅସାମାଜିକ ମୁସଲିମ ସମ୍ପ୍ରଦାୟର ଯୁବକ ପୋଲିସ ଉପରକୁ ପଥର ଫିଙ୍ଗି ଥିଲେ। ଏହା ଦେଖି ମନେ ହେଲା ଯେମିତି କାଶ୍ମୀରରେ ପଥର ଫିଙ୍ଗା ଯୁବକ ଗୋଷ୍ଠୀ, ସେନା ବାହିନୀକୁ ଆକ୍ରମଣ କରୁଥିଲେ, ସେ ଭଳି କଟକରେ ମଧ୍ୟ ଏହି ନିର୍ଦିଷ୍ଟ ସମ୍ପ୍ରଦାୟ ଯୁବକ ପୋଲିସ ଉପରକୁ ପଥର ଫିଙ୍ଗିଛନ୍ତି।
ଏ ଭଳି କାର୍ଯ୍ୟ ଏକ ଧର୍ତବ୍ୟ ଅପରାଧ ଅଟେ। ସେଠାରେ ସାମାଜିକ ଦୂରତା ରେ ବ୍ୟତିକ୍ରମ୍ ଓ ଅନିଶ୍ଚିତ ମହାମାରୀ ସଂକ୍ରମଣର ଆଶଙ୍କା ଆଡେଇ ଯାଇ ନ ପାରେ।
ଏମାନେ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ଆଇନ୍ ଉଲଙ୍ଘନ କରିଛନ୍ତି। ଏହି ପଥର ଫିଙ୍ଗା ଯୁବକ ମାନେ ଦେଶଦ୍ରୋହି ଭଳି କାର୍ଯ୍ୟ କରିଛନ୍ତି। ଉକ୍ତ ଜଘନ୍ୟ କାର୍ଯ୍ୟରେ ସଂପୃକ୍ତ ଥିବା ଅଧିକାଂଶ ଅପରାଧୀଙ୍କୁ ଗିରଫ କରାଯାଇଛି।
କାଲିର ଏହି ବର୍ବର ଜଘନ୍ୟ ଅପରାଧ ଫଳରେ ଜନସାଧାରଣଙ୍କ ଜୀବନ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ବିଭାଗ ପ୍ରତି ବିପଦ ସୃଷ୍ଟି ଓ ପ୍ରତିରୋଧ କରିବା ଏକ ସଙ୍ଗୀନ ପରିସ୍ଥିତି, ଏହା ଦେଶ ଦ୍ରୋହ ଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ସାଧାରଣ ଜନତାରେ ମତ ପ୍ରକାଶ ପାଇଛି।
ପୋଲିସ ବିଭାଗର ସତର୍କତା ଓ ଲୋକଙ୍କ ଜୀବନ ରକ୍ଷା କରୁଥିବାରୁ ପୋଲିସ ବିଭାଗ କୁ ଜନସାଧାରଣ ଅଶେଷ ଧନ୍ୟବାଦ ଦେବା ସହ ତାଙ୍କୁ ଦୃଢ଼ ସମର୍ଥନ କରୁଛନ୍ତି।
ଅହୁରି ମଧ୍ୟ ପୋଲିସଙ୍କୁ ଗଣମାଧ୍ୟମ ଦ୍ଵାରା ଅନୁରୋଧ କରିଛନ୍ତି ଯେଉଁ ଅସାମାଜିକ ବ୍ୟକ୍ତି ଜୀବନ ର ମୂଲ୍ୟ , ଦେଶର ପରିସ୍ଥିତି ନ ବୁଝି ବାରମ୍ବାର ବିନା କାରଣରେ ବିପଦ ଓ ବାଧା ସୃଷ୍ଟି କରୁଛନ୍ତି ତାଙ୍କ ବିରୁଦ୍ଧରେ ସଙ୍ଗିନୀ ମାମଲା ରୁ୍ଜୁ କରାଯାଉ।
ଏବେ ସେହି କେଶରପୁର ଘଟଣା ସ୍ଥଳ ରେ ପୋଲିସ ବିଭାଗର ସତର୍କ ଦୃଷ୍ଟି ସହ କଡ଼ା ପ୍ରହରା ଦ୍ଵାରା ସାଧାରଣ ଜନତା ପୋଲିସ ବିଭାଗକୁ ଉଚ୍ଚ ପ୍ରଶଂସା କରିବା ସହିତ ଆଶ୍ୱାତି ଅନୁଭବ କରିଛନ୍ତି।
ଆମେ ମଧ୍ୟ “କ୍ରାନ୍ତି ଓଡ଼ିଶା” ସମ୍ବାଦ ପତ୍ର ତରଫରୁ ସରକାର ତଥା ନିରାପତ୍ତା ଦେଉଥିବା ପୋଲିସ ପ୍ରଶାସନ କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ।