ଲକଡାଉନ୍‌ ନିୟମ ପାଳନ ନ କଲେ ଗ୍ରାହକ ଏବଂ ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ବର : ଆଜି ଏକ ପ୍ରେସମିଟ୍ କରି ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି ଯେ ସାମାଜିକ ଦୂରତା ଓ ଲକଡାଉନ୍‌ ନିୟମ ପାଳନ ନ କଲେ ଗ୍ରାହକ ଏବଂ ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ସଂପୃକ୍ତ ଦୋକାନୀମାନଙ୍କ ଟ୍ରେଡିଂ ଲାଇସେନ୍ସ ରଦ୍ଦ କରାଯିବ। ବିଏମ୍‌ସି ଏବଂ ପୋଲିସ୍‌ କମିଶନର ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ଦୋକାନକୁ ଜଣେ ପରେ ଜଣେ ଗ୍ରାହକ ପ୍ରବେଶ କରିବେ। ତାହାଠାରୁ ଅଧିକ ସଂଖ୍ୟାରେ ଗ୍ରାହକ ରୁଣ୍ଡ ବା ଏକାଠି ହେଲେ ଦୋକାନର ଟ୍ରେଡିଂ ଲାଇସେନ୍ସ ସହ ଉକ୍ତ ଗ୍ରାହକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କମିଶନର ପ୍ରେସମିଟ୍‌ ମାଧ୍ୟମରେ ସ୍ପଷ୍ଟ ସୂଚନା ଦେଇଛନ୍ତି।

ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ଆବଶ୍ୟକ।  ସେଥିପାଇଁ ଦୋକାନରେ ଜଣେ ପିଲାଙ୍କୁ ନିୟୋଜିତ କରିବାକୁ କୁହାଯାଇଛି। ପୋଲିସ୍‌ କମିଶନର ସୁଧାଂଶୁ ସଡ଼ଙ୍ଗୀ ଆହୁରି କହିଛନ୍ତି ଯେ,  ଲକ୍‌ଡାଉନ ନିୟମ ଶେଷ ହେବା ପରେ ବି ଏହି ନିୟମ ବଳବତ୍ତର ରହିବ। ଯେପର୍ଯ୍ୟନ୍ତ କରୋନା ଭଳି ମାରତ୍ମକ ଭାଇରସ୍‌ର ଚିକିତ୍ସା ପାଇଁ ଭ୍ୟାକ୍‌ସିନ ନ ବାହାରିଛି ସେପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ। ଯଦି କୌଣସି ଗ୍ରାହକ କିମ୍ବା ଦୋକାନୀ ଏହି ନିୟମ ଉଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Please Share

Leave a Reply

Your email address will not be published. Required fields are marked *