କଳିଯୁଗ ରାଜନୀତି : ରାବଣ, ସୀତା ଓ କୃଷ୍ଣ ବିଜେପିରେ ; ସୁପରଣଖା ଓ ରାମ କଂଗ୍ରେସରେ । ପଢନ୍ତୁ ଏହି ରିପୋର୍ଟ

Advertisement
Advertisement
Click for Any Complaint Regarding This News
AAA Online Services

ଆଦି କାଳରୁ ରାଜନୀତି ବ୍ୟବସ୍ତା ଚାଲିଆସିଛି। ଏହି କ୍ରମରେ ତ୍ରେତୟା ଯୁଗରେ ପ୍ରଭୁ ରାମ ଚନ୍ଦ୍ର ଶାସନ କରିଥିଲେ। ଦ୍ୱାପର ଯୁଗରେ ଶ୍ରୀ କୃଷ୍ଣଙ୍କ ଶାସନ ଥିଲା। ଏହା ସହିତ ଶ୍ରୀ କୃଷ୍ଣ ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କୁ ଦିଗ ଦର୍ଶନ କରି କୌରବଙ୍କୁ ପରାସ୍ତ କରିଥିଲେ। ବର୍ତ୍ତମାନ କଳିଯୁଗରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ତା ଚାଲିଛି। ଏହି ସମୟରେ ଆମେ ଯଦି କିଛି ହାଲୁକା ଭାବେ ଦେଖିବା ବର୍ତ୍ତମାନ ସମୟର ରାଜନୀତିରେ କେତେ ବେଳେ କଣ ହେବ ତାହା କିଛି ସ୍ପଷ୍ଟ ନାହିଁ।

ଭାରତ ଓ ଭାରତବାସୀ ଏହି ସମୟରେ କରୋନା ରୂପୀ ମହାମାରୀକୁ ମୁକାବିଲା କରିବା ପାଇଁ ‘ଲକ ଡାଉନ’ ସ୍ଥିତିରେ ଅଛନ୍ତି। ଏହି ସମୟରେ ସମସ୍ତେ ନିଜ ଘରେ ରହିଛନ୍ତି। ଏହି ସମୟକୁ ଉପଯୋଗୀ କରିବା ପାଇଁ କେନ୍ଦ୍ର ସରକାରର ସୂଚନା ଓ ପ୍ରସାରଣ ବିଭାଗ ଦୂରଦର୍ଶନ ପୁରଣା ଆଧ୍ୟାତ୍ମିକ ଧାରାବାହିକ ପ୍ରସାରଣ ଆରମ୍ବ କରିଛି। ଆମେ ପୁନବାର ସୁପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ ଓ ‘ମାହାଭାରତ’ ଦେଖିବାକୁ ସୁଯୋଗ ପାଇଛି।

ଏହି ଖବର ରିପୋର୍ଟ ମାଧ୍ୟମରେ ଆପଣଙ୍କ ପାଖେରେ ଆମେ କିଛି ତଥ୍ୟ ଉପସ୍ଥାପନ କରିବୁ, ଯାହା କି ଆପଣ ମାନେ ବହୁ କମ ଜାଣିଥିବେ। ଆମେ କଥା ହେଉଥିଲୁ କଳିଯୁଗ ରାଜନୀତିର ଏଇଠି ରାବଣ, ସୀତା ଓ କୃଷ୍ଣ ବିଜେପି ଦଳରେ ଅଛନ୍ତି ତେବେ ଅନ୍ୟପଟେ ସୁପରଣଖା ଓ ରାମ କଂଗ୍ରେସ ଦଳରେ। ହଁ, ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ।

ସୁପ୍ରସିଦ୍ଧ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିପାଠୀ ବିଜେପି ଦଳରେ ଅଛନ୍ତି, ସେ ଗୁଜରାଟର ସବରକତା ଆସନରୁ ୧୯୯୧ରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ଲୋକ ସଭାକୁ ମଧ୍ୟ ନିର୍ବାଚିତ ହେଇଛନ୍ତି। ସେଭଳି ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିୟା ମଧ୍ୟ ୧୯୯୧ରେ ବିଜେପି ଟିକେଟରୁ ଗୁଜରାଟର ବରୋଡ଼ା ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଯଦି ଆମେ ରାମାୟଣରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋଭିଲ କଥା ଦେଖିବା ତା ହେଲେ ସେ ନିଜେ ପ୍ରତେକ୍ଷ ଭାବେ ନିର୍ବାଚନ ଲଢ଼ି ନାହାନ୍ତି କିନ୍ତୁ କଂଗ୍ରେସ ଦଳର ଜଣେ ସଦସ୍ୟ ଓ ସେ ନିଜକୁ ଦଳ ପ୍ରଚାର କାର୍ଯ୍ୟକ୍ରମରେ ନିୟୋଜିତ ରଖିଥିଲେ।

ଏଇଠି ଆମେ ରାମାୟଣରେ ଅନ୍ୟ ଏକ ଭୂମିକା ସୁପରଣଖା ବିଷୟରେ କହି ରଖି, ଏହି ସଦର୍ଭରେ ଅଭିନୟ କରିଥିବା କଳାକାର ନୁହେଁ ବରଂ ଜଣେ କଂଗ୍ରେସ ନେତ୍ରୀଙ୍କୁ ସୁପରଣଖା ଆଖ୍ୟା ଦିଆଯାଇଛି। କଂଗ୍ରେସ ନେତ୍ରୀ ରେଣୁକ ଚୌଧରି ସଂସଦ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ସମୟରେ ଜୋର ଜୋର ହଂସୀ ଥିଲେ, ସେଇ ସମୟରେ ପ୍ରଧାନମନ୍ତ୍ରୀ ସମେତ ବିଜେପିର ଅନ୍ୟ ନେତା ଗଣ ତାଙ୍କୁ ସୁପରଣଖା ଆଖ୍ୟା ଦେଇଥିଲେ। ଏହା ସେଇ ସମୟରେ ବହୁ ବିବାଦ ଓ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶେଷରେ ଆମେ ଆପଣମାନଙ୍କୁ ସୁପ୍ରସିଦ୍ଧ ଧାରାବାହିକ ମାହାଭାରତ ରେ କୃଷ୍ଣ ଭୂମିକାରେ ଅଭିନୟ କରିଥିବା କଳାକାର ନୀତିଶ ଭରଦୱାଜ ବିଷୟରେ କହିରଖୁ। ନୀତିଶ ଭରଦୱାଜ ୧୯୯୬ରେ ବିଜେପି ଟିକେଟରେ ଝାରଖଣ୍ଡର ଜାମସେଦପୁର ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ।

Please Share

Leave a Reply

Your email address will not be published. Required fields are marked *