କଟକ (ଅମ୍ବିକା ପ୍ରସନ୍ନ ତ୍ରିପାଠୀ) : ବାହାରେ କରୋନା ମହାମାରୀ ଆତଙ୍କ କିନ୍ତୁ ଘରେ ଅର୍ଥ ର ଆତଙ୍କ। ମାନ୍ୟବର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଦେଶ ବାସୀଙ୍କ ପାଇଁ ସବୁ ସୁବିଧା କରୁଛନ୍ତି, କିନ୍ତୁ ସେହି ସୁବିଧାରୁ ବଞ୍ଚିତ ହେଉଛନ୍ତି ମଧ୍ୟବିତ ପରିବାର ଯେଉଁ ମାନେ ନା ଗରିବ ଶ୍ରେଣୀ ନା ଧନୀ ଶ୍ରେଣୀ ନା ସରକାରି ଚାକିରିଆ। ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ସମସ୍ତ ପରିବାର ସରକାରୀ ସାହାଯ୍ୟ ପାଇବାକୁ ଅଯୋଗ୍ୟ, ସେମାନେ ଓ ତାଙ୍କର ପରିବାର ମଧ୍ୟ ଏହି ତାଲାବନ୍ଦ ରେ ସମ୍ପୂର୍ଣ୍ଣ ପ୍ରଭାବିତ। ତେଣୁ ସରକାରଙ୍କୁ ଅନୁରୋଧ ସରକାର ତାଙ୍କ କଥା ଗଭୀର ଭାବେ ଚିନ୍ତା କରି ତାଙ୍କ ପରିବାର କୁ ରକ୍ଷା କରନ୍ତୁ ।ବେସରକାରୀ କର୍ମଚାରୀ ଯେଉଁ ମାନେ ଛୋଟ ବ୍ୟବସାୟୀ ସଂସ୍ଥାରେ କାମ କରୁଛନ୍ତି ସେମାନେ ତାଲାବନ୍ଦ ଓ ମହାମାରୀ ଭୟରେ ବାହାରକୁ ବାହାରୁ ନାହାଁନ୍ତି, ସେମାନେ ତାଙ୍କ ବେତନ ସେହି ସଂସ୍ଥାରୁ ପାଇ ପାରିବେ ତ ? ଏବେ ଆହୁରି ଗୋଟେ ବିଷୟରେ ଲୋକେ କଥା ହେଉଛନ୍ତି ତାହା ହେଉଛି ବିଦ୍ୟୁତ କଥା ! ରାଜ୍ୟରେ ତାଲାବନ୍ଦ ପ୍ରଭାବରେ ଘରେ ସମସ୍ତେ ରହିବା ଦ୍ଵାରା ଘରର ବିଦ୍ୟୁତ୍ ବ୍ୟବହାର ଅସହ୍ୟ ଗରମ୍ ପ୍ରଭାବରେ ବଢ଼ି ଚାଲିଛି, ତାହା ମଧ୍ୟ ଅନ୍ୟ ଏକ ମୁଣ୍ଡ ବ୍ୟଥାର କାରଣ।
ଗଣମାଧ୍ୟମ ଦ୍ଵାରା ଲୋକଙ୍କ ମନର କଥା ବା ଆଲୋଚନା ସରକାରଙ୍କ ପାଖରେ ପହଞ୍ଚାଇବାକୁ “କ୍ରାନ୍ତି ଓଡ଼ିଶା” ତାର ପ୍ରୟାସ ଜାରୀ ରଖିଛି। ସାଧାରଣ ଜନତା ଚାହୁଁଛନ୍ତି ସରକାର ପ୍ରଭାବିତ ସମୟର ବିଦ୍ୟୁତ୍ ବ୍ୟବହାରକୁ ଯଦି ଛାଡ କରନ୍ତେ ତେବେ ଜନସାଧାରଣ ଉପକୃତ ହୁଅନ୍ତେ।