କଟକ ରେ ସ୍ୱତନ୍ତ୍ର Covid-19 ହସ୍ପିଟାଲ ପାଇଁ ସରକାରୀ ପଦକ୍ଷେପ

Advertisement
Advertisement
Click for Any Complaint Regarding This News
AAA Online Services

କଟକ : Covid-19 ସଂକ୍ରମଣ ର ପ୍ରତିହତ ଏବଂ ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତାର ସହିତ ଯଥାର୍ଥ ପଦକ୍ଷେପ ନେଇ ସ୍ୱତନ୍ତ୍ର covid ହସ୍ପିଟାଲ ପ୍ରସ୍ତୁତ କରୁଛନ୍ତି। ଏହି ପ୍ରରିପେକ୍ଷିରେ ଆଜି କଟକ ର ଅଶ୍ୱିନୀ ହସ୍ପିଟାଲ ଟ୍ରମା ସେଣ୍ଟେରଠାରେ covid ସଂକ୍ରମଣ ର ପ୍ରତିହିତ ନିମନ୍ତେ covid ହସ୍ପିଟାଲ କରାଯାଇ ପ୍ରଥମ ପର୍ଯ୍ୟାୟରେ ୧୫୦ ଶଯ୍ୟା ବିଶିଷ୍ଟ ଆଇସୋଲେଶନ,କ୍ୱାରେଂଣ୍ଟାଇନ ସେବା ସହିତ ଆଇ ସି ୟୁ ର ବ୍ୟବସ୍ଥା କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଜି ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଓଡିଶା ଖଣି ନିଗମ ତରଫରୁ କାର୍ଯ୍ୟକାରୀ ନିର୍ଦ୍ଧେଶକ ପି. ଅନବେଶା ରେଡ୍ଡୀ ଏବଂ ଅଶ୍ୱିନୀ ଟ୍ରମା ହସ୍ପିଟାଲ ର ନିର୍ଦ୍ଧେଶକ ଡ଼ ସୁବ୍ରତ ଜେନା ଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ହୋଇଛି। ସୂଚନାଯୋଗ୍ୟ ଗତ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ମୂଖ୍ୟ ପରାମର୍ଶଦାତା ଆର. ବାଲକ୍ରୀଷ୍ଣନ, ପୂର୍ତ୍ତ ବିଭାଗ ସଚିବ ଡା କ୍ରିସନ କୁମାର, ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ବରିଷ୍ଠ ଅଧିକାରୀଙ୍କ ସହିତ ଅଶ୍ୱିନୀ ହସ୍ପିଟାଲ ଭ୍ରମଣ କରି covid ଚିକିତ୍ସାକେନ୍ଦ୍ର କରାଯିବା ଏବଂ ଏହାର ଅଗ୍ରଗତି ପାଇଁ ସମୀକ୍ଷା କରିଥିଲେ। ଏହି ଚୁକ୍ତି ସମୟରେ
ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ, ଅଶ୍ୱିନୀ ହସ୍ପିଟାଲ ତରଫରୁ ନିର୍ଦ୍ଧେଶକ ଡ଼ ସୁବ୍ରତ ଜେନା, ଡ଼ ମାୟା ଗନ୍ତାୟତ ଉପସ୍ଥିତ ଥିଲେ।

Please Share

Leave a Reply

Your email address will not be published. Required fields are marked *