କଟକ : ଆଜି କୋରୋନା ନିମନ୍ତେ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି ଆସନ୍ତାକାଲି ଠାରୁ ଶ୍ରୀ ମନ୍ଦିର ପୁରୀ ଏବଂ ଅନ୍ୟାନ୍ୟ ମନ୍ଦିର, ଗିରିଜା ଘର ଓ ମସଜିଦ ଗୁଡିକ ମଧ୍ୟରେ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ କଟକଣା ଘୋଷଣା କରାଯାଇଛି। ଏହି କଟକଣା ଆସନ୍ତା ଏପ୍ରିଲ ୧ ଯାଇ ଜାରି ରହିବ ବୋଲି ସରକାରଙ୍କ ତରଫରୁ ସୁବ୍ରତ ବାଗଚି ପ୍ରକାଶ କରିଛନ୍ତି।
ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେବାଳୟ ଗୁଡିକରେ କର୍ମ କର୍ମାଣି ଉପରେ କୌଣସି ପ୍ରତିବନ୍ଧକ ନାହିଁ। କେବଳ ଭକ୍ତଙ୍କ ଦର୍ଶନ ପାଇଁ କଟକଣା ଜାରି ହୋଇଛି।