କଟକ ବାରାବାଟିର ୱାର୍ଡ ୧୩ ଓ ୧୪ ରେ ବିଧାୟକ ମହମ୍ମଦ ମୋକିମଙ୍କ କୋରୋନା ସଚେତନତା କାର୍ଯ୍ୟକ୍ରମ

Advertisement
Advertisement
Click for Any Complaint Regarding This News
AAA Online Services

କଟକ: ବାରବାଟୀ – କଟକ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ ଆଜି ୧୩ ଓ ୧୪ ନମ୍ବର ୱାର୍ଡ ସ୍ଥିତ କାଜି ବଜ଼ାର, ଆଳମ ଚନ୍ଦ ବଜ଼ାର, ବୁଢ଼ୀ ଠାକୁରାଣୀ, ମହିଦାସ ବଜ଼ାର, ମେହେନ୍ଦୀପୁର, ମୋହମଦିଆ ବଜ଼ାର, ଚାନ୍ଦନୀ ଚୌକ ଆଦି ଅଞ୍ଚଳରେ କୋରୋନା ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ମୋକିମ ସ୍ଥାନୀୟ ଲୋକଙ୍କୁ ମାକ୍ସ ଓ ସେନିଟାଇଜ଼ର ବାଣ୍ଟି ଥିଲେ। ବିଧାୟକ କହିଥିଲେ ଯେ ସେନିଟାଇଜ଼ର କିମ୍ବା ସାବୁନରୁ ଦିନକୁ ୪-୫ ଥର ହାତ ଧୋଇବ ଓ କୋରୋନା ଠୁ ଡରିବା କଥା ନୁହେଁ ବରଂ ଆମେ ସଚେତନ ହେବ କଥା।

ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଜଣସାଧାରଣ ଭୁଇଁଷି ପ୍ରଶଂସା କରିଛନ୍ତି। କଟକ ସହର କିଛି ବୁଦ୍ଧିଜୀବୀ କହିଛନ୍ତି ଯେ ଓଡ଼ିଶାର ୧୪୭ ନିର୍ବାଚନ ମଣ୍ଡଳୀର କୌଣସି ବିଧାୟକ ଏଭଳି ଘଡି ସନ୍ଦି ମହୁର୍ତରେ ଜନସାଧାରଣଙ୍କ ନିକଟରେ ଆସୁ ନାହାନ୍ତି କିନ୍ତୁ ବାରାବାଟି ବିଧାୟକ ମହମ୍ମଦ ମୋକିମ ନିଜ ଆଡୁ କୋରୋନା ପାଇଁ ସଚେତନତା ଜାରି ରଖିଛନ୍ତି।

ସୂଚନା ଥାଉକି ବିଧାୟକ ନିୟମିତ ଭାବେ ଗତ ୩ଦିନ ହେଲା ସହର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ କୋରୋନା ସଚେତନତା କରୁଛନ୍ତି।

ବିଧାୟକଙ୍କ ସହିତ ଅନ୍ୟ କଂଗ୍ରେସ ନେତାଗଣ ମଧ୍ୟ ଲୋକଙ୍କୁ କୋରୋନା ସଂକ୍ରମଣ ଠୁ କିଭଳି ନିଜକୁ ରକ୍ଷା କରି ପାରିବେ ବୋଲି ଉପଦେଶ ଦେଇଥିଲେ। କଂଗ୍ରେସ କର୍ମୀ ମାନେ ପ୍ଲାକ କାର୍ଡ ଜରିଆରେ କୋରୋନା ସଚେତନତା ପାଇଁ ବାର୍ତ୍ତା ଲେଖି ବିଭିନ୍ନ ଗଲି ରେ ବୁଲି ଥିଲେ।

ଆଜି ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଗିରିବାଲା ବେହେରା, ଶୀଳା ସାହୁ, କଂଗ୍ରେସ ନେତ୍ରୀ ଶୈଳବାଲା ବେହେରା, ଶରତ ଚନ୍ଦ୍ର ସେଠୀ, ସେଖ ରମଜାନ, ସୂର୍ଯ୍ୟକାନ୍ତ ରାଉତ, ବିକି ଚକ୍ରବର୍ତ୍ତୀ, ଅର୍ଯ୍ୟବିର ଲେଙ୍କା ସମେତ ବହୁ ଯୁବ ଓ ଛାତ୍ର ନେତା ଅଂଶ ଗ୍ରହଣ କରିଥିଲେ।

Please Share

Leave a Reply

Your email address will not be published. Required fields are marked *