କଟକ: ଓଡ଼ିଶା ହାଇକୋର୍ଟରେ ନିୟମିତ ଓକିଲାତି କରୁନଥିବା ଆଇନଜୀବୀଙ୍କ ବିଚାରପତି ପଦ ପାଇଁ ସୁପାରିଶ କରାଯିବା ଘଟଣାକୁ ଭାରତୀୟ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କ ଅବଗତ କରେଇଲେ ହାଇକୋର୍ଟ ଆଇନଜୀବୀ ସଙ୍ଘ ସଭାପତି ଓ ସମ୍ପାଦକ। ଆଜି ଭାରତର ରାଜଧାନୀ ଦିଲ୍ଲୀରେ ସଙ୍ଘର ସଭାପତି ଗୋପାଳ କୃଷ୍ଣ ମହାନ୍ତି ଓ ସମ୍ପାଦକ ସଂଜୟ କୁମାର ଦାସ ମୁଖ୍ୟ ବିଚାରପତି ରଞ୍ଜନ ଗୋଗାଇଙ୍କୁ ସାକ୍ଷାତ କରି ଏହି ବିଷୟରେ ଅବଗତ କରେଇଛନ୍ତି।
ପ୍ରକାଶଥାଉ କି ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବାବେଳେ ୧୩ଟି ଖାଲି ପଡ଼ିଛି। ନଭେମ୍ବରରେ ଜଣେ ବିଚାରପତି ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ଏବେ ହାଇକୋର୍ଟରେ ପ୍ରାୟ ୧୭ଲକ୍ଷ ମାମଲା ବିଚାରଧୀନ ରହିଛି।