ଭୁବନେଶ୍ୱର: ରେଳବାଇ ବୋର୍ଡ ରୋଲିଙ୍ଗ ଷ୍ଟକ ସଦସ୍ୟ ଶ୍ରୀ ରାଜେଶ ଅଗ୍ରୱାଲ ପୂର୍ବତଟ ରେଳପଥ ପରିଦର୍ଶନରେ ଆସି ରେଳପଥର ବିଭିନ୍ନ କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି I ଫନି ବାତ୍ୟା ବିତ୍ପାତରେ ନଷ୍ଟ ହୋଇଯାଇଥିବା ଓ ପ୍ରଭାବିତ ହୋଇଥିବା ଭିତ୍ତିଭୂମି ଓ ରେଳାଚଳାଚଳ ସେବାକୁ ଖୁବ ଶୀଘ୍ର ପୁନଃରୁଦ୍ଧାର କରିପାରିଥିବାରୁ ସେ ପୂର୍ବତଟ ରେଳପଥକୁ ପ୍ରଶଂସା କରିଛନ୍ତି I ପାନ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ କୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇପାରିଥିବାରୁ ସେ ରେଳପଥର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ I ଚଳିତ ଆର୍ଥିକ ବର୍ଷ (୨୦୧୯-୨୦୨୦) ରେ ପୂର୍ବତଟ ରେଳପଥ ପାନ୍ୟ ପରିବହନରେ ୨୦୦ ନିୟୁତ ଟନ ବୋଝେଇ ଲକ୍ଷ୍ୟ ରଖି ସମଗ୍ର ବିଶ୍ୱରେ ନୂଆ କୀର୍ତ୍ତି ସ୍ଥାପନ କରିବାକୁ ଯାଉଛି I
ଏହି ଅବସରରେ ରେଳବାଇ ବୋର୍ଡ ରୋଲିଙ୍ଗ ଷ୍ଟକ ସଦସ୍ୟ ଶ୍ରୀ ରାଜେଶ ଅଗ୍ରୱାଲ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଓ ଅନ୍ୟାନ ପ୍ରମୁଖ ଅଧିକାରୀମାନଙ୍କ ଉପସ୍ଥିତିରେ ସମୀକ୍ଷା ସଭାରେ କେତେକ ସ୍ୱତନ୍ତ୍ର ଘୋଷଣା କରିଛନ୍ତି ଯାହାକି ନିମ୍ନରେ ପ୍ରଦତ୍ତ କରାଯାଇଛି I
୦୧. ଫନି ବାତ୍ୟା ଦ୍ୱାରା ପ୍ରଭାବିତ ପୁରୀ ରେଳ ଷ୍ଟେସନ କୁ ଆସନ୍ତା ମାସ ପହିଲା ସୁଦ୍ଧା ସବୁ କ୍ଷେତ୍ରରେ ପୂର୍ବପରି ପୁନଃରୁଦ୍ଧାର କରାଯିବାକୁ ଘୋଷଣା କରାଯାଇଛି I ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନ ସମସ୍ତ ସ୍ୱତନ୍ତ୍ର ଟ୍ରେନ ଗୁଡିକର ଚଳାଚଳ ପାଇଁ ପ୍ରସ୍ତୁତ କରାଯିବାକୁ କୁହାଯାଇଅଛି I ଚଳିତ ରଥଯାତ୍ରା ସମୟରେ ରେଳବାଇ ପକ୍ଷରୁ ୧୯୪ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ ଏବଂ ପୁରୀକୁ ଲକ୍ଷାଧିକ ତୀର୍ଥଯାତ୍ରୀ/ଶ୍ରଦ୍ଧାଳୁ ଏହା ଦ୍ୱାରା ଗମନାଗମନ ର ସୁବିଧା ପାଇପାରିବେ I ଜୁଲାଇ ମାସ ପହିଲା କୁ ସମସ୍ତ ପ୍ରକାର ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦନ କରାଯାଇ ପୁରୀ ରେଳ ଷ୍ଟେସନ୍କୁ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଅଛି I
୦2. ଜର୍ମାନ ନିର୍ମିତ ଆଧୁନିକ ଏଲ.ଏଚ.ବି. କୋଚ ଏବେ ଆଧୁନିକ କୋଚ ଭାବେ ପରିଗଣିତ I ବର୍ତ୍ତମାନ ପୂର୍ବତଟ ରେଳପଥରେ ୧୫ଟି ରେକ (ରେକ = ଟ୍ରେନ ପାଇଁ ସଂଗଠିତ କୋଚ) ଉପଲବ୍ଧ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହାକୁ ୩୦ ଟି ପର୍ଯ୍ୟନ୍ତ ବୃଦ୍ଧିକରିବାକୁ ପଦକ୍ଷେପ ନିଆଯାଉଅଛି I ଏହି କୋଚ ଗୁଡିକ ଏବେ ଗୁରୁତ୍ୱପୂର୍ଣ ଟ୍ରେନ ଯଥା ରାଜଧାନୀ, ଶତାବ୍ଦୀ ଏକ୍ସପ୍ରେସ ଭଳି ଟ୍ରେନ ମାନଙ୍କରେ ଉପଲବ୍ଧ I
୦3. ଏହି ଅଞ୍ଚଳରେ ଅଟୋମୋବାଇଲ ଡିଲର ମାନଙ୍କ ସୁବିଧା ପାଇଁ ରେଳବାଇ ଚଳିତ ବର୍ଷ ପୂର୍ବତଟ ରେଳପଥରେ ଚାରି ଚକିଆ ଓ ୨ଚକିଆ ଯାନ ପରିବହନ ପାଇଁ ସ୍ୱତନ୍ତ୍ର ପ୍ରକାର ୱାଗନ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି I
୦୪. ମଂଚେଶ୍ୱର ଠାରେ ଥିବା ରେଳ ଡବା ମରାମତି କାରଖାନା କୁ ପୁନଃ ଉନ୍ନତିକରଣ ସହିତ ଏଲ.ଏଚ.ବି. କୋଚ ଗୁଡିକର ମରାମତି କାର୍ଯ୍ୟ ପାଇଁ ସୁବିଧା ପ୍ରଦାନ କରାଯାଇଛି I
୦୫. ଖୋର୍ଦ୍ଧା ରୋଡ଼ ଠାରେ ମେମୁ ସେଡ ର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟ କୁ ଅନୁମୋଦନ କରାଯାଇଅଛି I ଏହା ଦ୍ୱାରା ଏଠିକାର ସମସ୍ତ ପାସେଞ୍ଜର ଟ୍ରେନ କୁ ମେମୁ ଟ୍ରେନ ରେ ପରିବର୍ତ୍ତନ କରାଯାଇପାରିବ I ଭବିଷ୍ୟତରେ ସମସ୍ତ ପାସେଞ୍ଜର ଟ୍ରେନ କୁ ମେମୁ ଟ୍ରେନ ରେ ରୂପାନ୍ତରିତ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏହାଦ୍ୱାରା ଟ୍ରେନ ଚଳାଚଳ ସମୟରେ ସମୟାନୁବର୍ତ୍ତିତ ଅଣାଯାଇପାରିବ I
୦୬. ଆସନ୍ତା ତିନି ମାସ ମଧ୍ୟରେ ପୁରୀ ଓ ଭୁବନେଶ୍ୱର ଠାରେ ମେକାନାଇଜଡ଼ ଲଣ୍ଡ୍ରି କାର୍ଯ୍ୟକ୍ଷମ କରାଯିବାକୁ କୁହାଯାଇଅଛି I
୦୭. ଯାତ୍ରୀବାହୀ ଟ୍ରେନ ଗୁଡିକରେ ପାଣି ର ଅଭାବକୁ ଦୂର କରିବା ପାଇଁ ଶୀଘ୍ର ଜଳଯୋଗାଣ ପ୍ରତି ବିଶେଷ ବ୍ୟବସ୍ଥା କରାଯାଉଛି I
୦୮. ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସ୍ଥାନୀୟ କଳ କାରଖାନା ଗୁଡିକୁ ମାଲ ପରିବହନ ଚାହିଦା ମେଣ୍ଟାଇବାପାଇଁ ବିଶେଷ ପଦକ୍ଷେପ ନିଆଯାଇ ଅଧିକ ୱାଗନ ଉପଲବ୍ଧି କରାଯିବ ଯାହାଦ୍ୱାରା ପାୱାର ପ୍ଲାଣ୍ଟ ଓ କୋଇଲା ଉତ୍ପାଦନ ସଂସ୍ଥା ଗୁଡିକ ଉପକୃତ ହେବେ I
୦୯. ଟ୍ରେନ ଶୌଚାଳୟ ଗୁଡିକୁ ଦୁର୍ଗନ୍ଧ ମୁକ୍ତ କରିବା ପାଇଁ ପୂର୍ବତଟ ରେଳପଥ ବାୟୋଟଏଲେଟ ଟ୍ରେନ ଶୌଚାଳୟ ଗୁଡିକରେ ଭେନଚୁରି ପ୍ରଣାଳୀ ଉପଲବ୍ଧ କରୁଛି I ଏହି ପ୍ରଣାଳୀ କୁ ସମସ୍ତ ଟ୍ରେନରେ ଉପଲବ୍ଧ କରାଇବା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ନିଷ୍ପତ୍ତି ନିଆଯାଇଅଛି I
୧୦. ପୂର୍ବତଟ ରେଳପଥ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ ଗୁଡିକ ମଧ୍ୟରୁ ୯୬ ଶତକଡା ବାୟୋଟଏଲେଟ ଉପଲବ୍ଧ କରାଯାଇ ପାରିଛି ଏବଂ ଚଳିତ ବର୍ଷ ପୂର୍ବତଟ ରେଳପଥ ମଧ୍ୟରେ ସମସ୍ତ ଟ୍ରେନ ଗୁଡିକରେ ସମ୍ପୂର୍ଣ ଭାବେ ବାୟୋଟଏଲେଟ ଉପଲବ୍ଧ କରାଯାଇପାରିବ ବୋଲି କୁହାଯାଇଅଛି I
୧୧. ହେଡ଼ ଅନ ଜେନେରେସନ (HOG) ଯାନ୍ତ୍ରିକ ପ୍ରଣାଳୀ ଦ୍ୱାରା ବର୍ତ୍ତମାନ ରାଜଧାନୀ, ଶତାବ୍ଦୀ ଭଳି ଚଳାଚଳ କରୁଥିବା ଟ୍ରେନ ଗୁଡିକର ଜେନେରେଟର କାର କୁ ପୁନଃସ୍ଥାପନ କରାଯିବ ଯାହାଦ୍ୱାରା ଟ୍ରେନ ଗୁଡିକରେ ଅତିରିକ୍ତ କୋଚ ଉପଲବ୍ଧ ହେବା ସହିତ ଅଧିକ ବର୍ଥ ଯୋଗାଇଦିଆଯାଇପାରିବ I ଏହା ସହିତ ଟ୍ରେନ କୋଚ ଗୁଡିକୁ ଜେନେରେଟର କାର ରୁ ଇଲେକ୍ଟ୍ରି ପରିବର୍ତ୍ତେ ଉପରେ ଥିବା ଇଲେକ୍ଟ୍ରି ତାର ରୁ ଇଲେକ୍ଟ୍ରି ଅଣାଯାଇପାରିବ I
୧୨. ଫନି ବାତ୍ୟା ବିଭିଷୀକାରେ ପୂର୍ବତଟ ରେଳପଥ ୬୦୦ କୋଟି ତାଙ୍କ କ୍ଷତି ସହିଛି I ଏଥିରୁ ଭିତ୍ତିଭୂମି କ୍ଷୟ କ୍ଷତି ରେ ୪୦୦ କୋଟି ଏବଂ ଟ୍ରେନ ଚଳାଚଳ ବ୍ୟାଘାତ ଯୋଗୁଁ ଆୟ ବାବଦରେ ୨୦୦ କୋଟି ଟଙ୍କା ଅଟେ I ଏହି ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଆର୍ଥିକ ସହାୟତା ପାଇଁ ରେଳମନ୍ତ୍ରଣାଳୟ କୁ ଅନୁରୋଧ କରିଛି I