ଜଗତସିଂହପୁର : (ରମେଶ ମହାନ୍ତି):- ଜନୈକ ବ୍ଲକର ମାତାଲ୍ ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ନେଇ ଏବେ ଜିଲ୍ଲାସାରା ଚର୍ଚ୍ଚା ।ସୂଚନାନୂଯାୟୀ ବ୍ଲକ୍ ର ପଂଚାୟତ ସମିତି ମେମ୍ବର,ସରପଂଚ ଓ ଜିଲ୍ଲାପରିଷଦ ସଭ୍ୟ ମିଶି ପ୍ରତିବର୍ଷପରି ଏବର୍ଷ ମଧ୍ୟ ପିକନିକ୍ କରିବାକୁ ଯାଇଥିଲେ ଆଠଗଡ ଅଂଚଳର ଭଟ୍ଟାରିକା ।ଏବର୍ଷ କିନ୍ତୁ ଅତିଥି ଭାବେ ସାଙ୍ଗରେ ଯାଇଥିଲେ ନୂତନ ବ୍ଲକ୍ ସଭାପତି ଓ ବ୍ଲକର ଆସିଷ୍ଟାଣ୍ଟ ଇଂଜିନିୟର।ଏମିତିକି ପିକନିକ୍ ସ୍ଥଳରେ ଅତ୍ୟଧିକ ମଦ୍ୟପାନକରି ନିଜର ପଦ ମର୍ଯ୍ୟାଦା ହିତାହିତ ଗ୍ୟାନ ଭୁଲି ମାତାଲ୍ ଅବସ୍ଥାରେ ଆସିଷ୍ଟାଣ୍ଟ ଇଂଜିନିୟର ଜଣକ ବ୍ଲକ୍ ସଭାପତିଙ୍କ ନିକଟକୁ ଯାଇ ତାଙ୍କୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ଯୋଗୁଁ ଏଥିରେ ଉତ୍ୟକ୍ତ ହୋଇ ବ୍ଲକ୍ ସଭାପତିଙ୍କ ସମେତ କେତେକ ପଂଚାୟତ ସମିତି ମେମ୍ବର ଓ ସରପଂଚ ମିଶି ମାତାଲ୍ ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ବୋଲି ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି।ପରେ ଲୋକଲଜ୍ଜ୍ୟା ଭୟରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଯାଇଥିବା କୁହାଯାଉଛି।ଏହି ମାତାଲ୍ ଆସିଷ୍ଟାଣ୍ଟ ଇଂଜିନିୟର ଜଣକ ପ୍ରତିଦିନ ସକାଳୁ ସଞ୍ଜଯାଏ ମଦ୍ୟପାନ କରି ମାତାଲ ଅବସ୍ଥାରେ ରହୁଥିବା ବେଳେ ନିଜ କ୍ୱାଟରକୁ ମଧ୍ୟ ମଦବାର୍ ରେ ପରିଣତ କରିଥିବା କୁହାଯାଉଛି।ଉକ୍ତ କ୍ୱାଟରରେ ସକାଳୁ ସଞ୍ଜଯାଏ ଏମିତିକି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମଧ୍ୟ କିଛି ଯୁବକଙ୍କୁ ସାଥିରେ ଧରି ଚାଲୁଛି ମଦର ଆସର ।ସବୁ ସମୟରେ ମଦ ନିଶାରେ ରହୁଥିବା ମାତାଲ୍ ଆସିଷ୍ଟାଣ୍ଟ ଇଂଜିନିୟର ଜଣକ ବ୍ଲକ୍ ର କେତେକ କର୍ମଚାରୀଙ୍କୁ ବିଭିନ୍ନ ସମୟରେ ବିନା କାରଣରେ ଦୁଃବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି।
ନିର୍ଦ୍ଧୁମ୍ ଛେଚା ଖାଇଲେ ମାତାଲ୍ ଆସିଷ୍ଟାଣ୍ଟ ଇଂଜିନିୟର :ବ୍ଲକ୍ ସଭାପତିଙ୍କୁ ଦୁଃବ୍ୟବହାର ମହଙ୍ଗା ପଡିଲା
Click for Any Complaint Regarding This News
AAA Online Services