ସ୍ମୃତିରେ ବିଜୁ ବାବୁ !
ଓଡ଼ିଶା ସୁରକ୍ଷା ସେନାର ସଭାପତି ତଥା କ୍ରାନ୍ତି ଓଡ଼ିଶାର ସମ୍ପାଦକ ଶ୍ରୀ ଅଭିଷେକ ଯୋଶୀଙ୍କ କଲମରୁ
….ମନେ ପଡେ ମୋର ୯୦ ଦଶକର କଥା। ମୁଁ ସେତେ ବେଳେ ବିଦ୍ୟାଳୟରେ ପାଠ ପଡୁଥିଲେ। ରିକ୍ସା ରେ ଦିନେ ବିଦ୍ୟାଳୟ ଗଲାବେଳେ ସାମନା ରାସ୍ତାରେ ଏକ ବିଶାଳ ପଦଯାତ୍ରା ଆସୁଥିବା ଦେଖିଲେ। ପଦଯାତ୍ରା ଆସୁଥିବା ଯୋଗୁ ରିକ୍ସା ଛିଡ଼ା ହୋଇ ରହିଲା। ମୁଁ ଦୂରରୁ ଜଣେ ଡେଙ୍ଗା ମଣିଷକୁ ଦେଖିଲି ଯାହାଙ୍କ ବେକରେ ବହୁ ଫୁଲମାଳ ଓ ଚାରି ପଟେ ଲୋକ ଘେରି ଥିଲେ ସେ ଥିଲେ ‘ବିଜୁ ବାବୁ’।
ମୁଁ ପିଲାଦିନ ଟିକେ ଚଂଚଳ ମନୋବୃତି ହୋଇଥିବା ଯୋଗୁଁ, ପଦଯାତ୍ରା ମୋ ରିକ୍ସା ନିକଟରେ ପହଁଚିବା ବେଳେ ମୁଁ ରିକ୍ସା ଉପରେ ଛିଡା ହୋଇ ଜୋର ସେ କହିଲି ‘ଜେଜେ ନମସ୍କାର’ ଏହି ଉଦ୍ବୋଧନଟା ମୋର ବିଜୁ ବାବୁଙ୍କ ପାଇଁ ଥିଲା। ପଦଯାତ୍ରା ମୋ ରିକ୍ସା ନିକଟରେ ଥିବାରୁ ମୋ ସ୍ୱର ଶୁଣି ବିଜୁ ବାବୁ ମୋ ଆଡୁକୁ ଆସିଲେ। ମୋତେ ଅତି ଗେଲରେ କାଖେଇ ନେଇ ପଚାରିଲେ ପୁଅ ତୋ ନାମ କଣ? ମୁଁ ଅତି ସ୍ପଷ୍ଟ ଭାବରେ ତାଙ୍କୁ କହିଲି ବିଦ୍ୟାଳୟ ନାମ ‘ଅଭିଷେକ’ ଓ ଘର ଡାକ ନାମ ‘ରାଜା’ ଏହା ଶୁଣି ସେ ମୋତେ ହଂସୀ କି ପଚାରିଲେ ‘ଚୋକଲେଟ ଖାଉ?’ ମୁଁ ତାଙ୍କୁ ତୁରନ୍ତ ଉତ୍ତର ଦେଲି ‘ହଁ ଆଜ୍ଞା ଖାଏ’ ଏହା ପରେ ସେ ତାଙ୍କ ନିକଟରେ ଥିବା ଲୋକଙ୍କୁ ସାମ୍ନା ଦୋକାନରୁ ମୋ ପାଇଁ ଚୋକଲେଟ ଆଣିବାକୁ କହି, ମୋତେ ଟିକେ ଗେଲ କରି ଚୋକଲେଟ ଦେଇ ରିକ୍ସା ରେ ବସେଇ ଦେଲେ।
ବିଜୁ ବାବୁଙ୍କ ସହିତ ବିତିଥିବା ଏହି ୨-୩ ମିନିଟ ଅନ୍ତରଙ୍ଗ ମହୁର୍ତ ସଦା ବେଳେ ମୋର ସ୍ମୃତିରେ ରହିବ। ଆଜି ସେଇ ମହାନ ବ୍ୟକ୍ତିଙ୍କ ୧୦୪ ତମ ଜନ୍ମ ବାର୍ଷିକରେ ମୋର ତାଙ୍କ ପ୍ରତି ଭକ୍ତି ପୂର୍ଣ ଶ୍ରଦ୍ଧାଞ୍ଜଳି।