ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଆସନ୍ତାକାଲି ହୋଇପାରେ ଫାଶୀ । ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ। ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ପାଇଁ ଆବେଦନ କରିଥିଲା ପବନ । ତେଣୁ କାଲି ଫାଶୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପଟେ ଦୋଷୀ ଅକ୍ଷୟ ସିଂହ ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟକୁ ପୁଣି ଥରେ ଏକ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ ହୋଇସାରିଥିଲେ ହେଁ ସେତେବେଳେ କାଗଜପତ୍ର ଠିକ୍ ନ ଥିବା ଦର୍ଶାଇ ପୁନର୍ବାର ଆବେଦନ କରିଛି। ତେଣୁ ରାଜକ୍ଷମା ଖାରଜ ହେବା ପରେ ଫାଶୀ ହେବା ଥୟ।
ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଆସନ୍ତାକାଲି ହୋଇପାରେ ଫାଶୀ ; କ୍ୟୁରେଟିଭ୍ ପିଟିସନ ଖାରଜ କଲେ ସୁପ୍ରିମ କୋର୍ଟ
Click for Any Complaint Regarding This News
AAA Online Services