ଜଗତସିଂହପୁର :(ରମେଶ ମହାନ୍ତି):-ଧାନ ବେପାରୀଙ୍କ ସହିତ ମିଲର ଓ ସମବାୟ କର୍ମଚାରୀଙ୍କ ମଧୂଚନ୍ଦ୍ରୀକା ଯୋଗୁଁ ତିର୍ତୋଲ ଅଂଚଳର ଅନେକ ଚାଷୀ ଧାନ ଦେଇନପାରି ହନ୍ତସନ୍ତ ହେଉଥିବା ଚର୍ଚ୍ଚାର ବିଷୟ ପାଲଟିଛି।ଏମିତିକି ମଣ୍ଡିରେ ଧାନଦେବା ପାଇଁ ଅନେକ ଚାଷୀ ବହୁ ଆଗରୁ ସମବାୟ ସମିତିରେ ଆବେଦନ କରି ମଧ୍ୟ ଟୁକନ ପାଇପାରୁ ନଥିବା ବେଳେ ବେପାରୀ ମାନେ କିନ୍ତୁ ଏକାଧିକବାର ଟୁକନ ପାଇ ଅନେକ ଥର ଧାନ ଦେଇସାରିଲେଣି ବୋଲି ଚାଷୀମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।ଏହା କିପରି ସମ୍ଭବ ହୋଇପାରୁଛି ?ଚାଷୀ କହୁଛନ୍ତି ସମବାୟ କର୍ମଚାରୀଙ୍କର ଏବେ ପୁଷମାସ।ଖରା ବର୍ଷା ଶୀତ କାକରରେ ଦିନଦିନ ଧରି ଧାନମଣ୍ଡିରେ ଅପେକ୍ଷା କରି ଚାଷୀ ହତାଷ ହେଉଥିବା ବେଳେ ଚଞ୍ଚକତା କରି ଚାଷୀଙ୍କ ନାଁରେ ବେପାରୀ ଠାରୁ ଧାନ କିଣୁଛନ୍ତି ମିଲର।ବେପାରୀ ଠାରୁ ଧାନ ବୋଝେଇ କରି ମଣ୍ଡି ନାମରେ ଧାନ ଚାଲାଣ କରୁଥିବା ଏକ ଧାନ ବୋଝେଇ ଟ୍ରକକୁ ଚାଷୀ ଅଟକ ରଖିବା ଘଟଣା ଏବେ ପଦାକୁ ଆସିଛି।ଏପରି ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ପଂଚାୟତରେ ଦେଖିବାକୁ ମିଳିଛି।ସୂଚନାନୂଯାୟୀ କନକପୁର ସେବାସମବାୟ ସମିତି ପକ୍ଷରୁ ଧାନମଣ୍ଡି ଖୋଲାଯାଇଥିବା ବେଳେ ଏଠାରେ ଚାଷୀଙ୍କ ପରିବର୍ତ୍ତେ ବେପାରୀ ଠାରୁ ଧାନ କିଣୁଛନ୍ତି ମିଲର।ଖରାବର୍ଷା, ଶୀତକାକରରେ ଦିନଦିନ ଧରି ଅପେକ୍ଷା କରି ଚାଷୀ ହତାଶ ହେଉଛନ୍ତି।ମିଲର ବେପାରୀ ଓ ସମବାୟ କର୍ମଚାରୀଙ୍କ ଭିତିରି ବୁଝାମଣାରେ ଚଞ୍ଚକତା କରି ଚାଷୀଙ୍କ ପରିବର୍ତ୍ତେ ବେପାରୀ ଠାରୁ ଧାନ କିଣିବା ଘଟଣାରେ ଅତିଷ୍ଠ ଚାଷୀମାନେ କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ସରପଞ୍ଚ ଓ କେତେକ ଚାଷୀ କନକପୁର ଧାନମଣ୍ଡିକୁ ଆସିଥିବା ମିଲରଙ୍କ ଏକ ଟ୍ରକ ଧାନବେପାରୀ ଗୋଦାମରେ ଧାନବୋଝେଇ କରୁଥିବା ଦେଖିବାକୁ ପାଇଥିଲେ।
ବେପାରୀ ଗୋଦାମରୁ ଟ୍ରକରେ ୮୦ପ୍ରତିଶତ ଧାନବୋଝେଇ କରି ଅବଶିଷ୍ଟ ଧାନବୋଝେଇ ପାଇଁ କନକପୁର ମଣ୍ଡିରେ ଟ୍ରକଟି ପହଞ୍ଚିବା କ୍ଷଣି ସ୍ଥାନୀୟ ସରପଂଚଙ୍କ ସହିତ ଚାଷୀମାନେ ଏକତ୍ରୀତ ହୋଇ ଉକ୍ତ ଟ୍ରକକୁ ଅଟକ ରଖି ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ।ଗତକାଲି ବିଳମ୍ବିତ ରାତିରୁ ଉକ୍ତ ଧାନବୋଝେଇ ଟ୍ରକ କନକପୁର ଫାଣ୍ଡି ନିକଟରେ ଅଟକ ରହିଥିବା ଜଣାପଡିଛି। ଯୋଗାଣ ବିଭାଗ ପକ୍ଷରୁ ଏସଂପର୍କରେ ଅନୁସନ୍ଧାନ କରାଯାଉଛି ବୋଲି ଜଣାପଡିଛି।
ବେପାରୀ,ମିଲର,ସମବାୟ କର୍ମଚାରୀ ମଧୂଚନ୍ଦ୍ରୀକା :କନକପୁର ମଣ୍ଡିରୁ ଧାନଗାଡି ଜବତ :ଚାଷୀ ନାଁରେ ବେପାରିଙ୍କ ଠାରୁ ଧାନ କିଣୁଛନ୍ତି ମିଲର
Click for Any Complaint Regarding This News
AAA Online Services