ବିରିଡି ର ଶିଶୁମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେଲେ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନ୍ଦାକିନୀ କର

Advertisement
Advertisement
Click for Any Complaint Regarding This News
AAA Online Services

ଜଗତସିଂହପୁର:(ରମେଶ ମହାନ୍ତି):- ବିରିଡି ବ୍ଲକ ଅନ୍ତର୍ଗତ ବତିମିରା ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରେ ଆଜି ଅଭିଭାବକ ତଥା ମାତୃସମ୍ମିଳନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବେ ନାରୀନେତ୍ରୀ ତଥା ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନ୍ଦାକିନୀ କର ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ ଯେ ଶିଶୁ ମାନେ ଆମ ଦେଶର ଭବିଷ୍ୟତ । ସୁନ୍ଦର ଭାରତ ଗଠନରେ ଏହି ଶିଶୁ ମାନେ ଆସନ୍ତା ଦିନରେ ଏମାନଙ୍କ ଭୂମିକା ମହତ୍ୱପୂର୍ଣ୍ଣ ରହିବ । ମୁଖ୍ୟମନ୍ତ୍ରୀ ଶିଶୁ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି ।ଏପରିକି ରାଜ୍ୟର ଯେ କୌଣସି ଜାଗାରେ ଶିଶୁ ମାନଙ୍କ ଉପରେ ଅତ୍ୟାଚାର ହେଉଥିଲେ ତାକୁ ବରଦାସ୍ତ କରାଜୀବନି । ଅଭିଭାବକ ମାନଙ୍କୁ ଦର୍ଶାଇଥିଲେ ଯେ ମୋବାଇଲ ମନୋରଞ୍ଜନ କାର୍ଯ୍ୟକ୍ରମ କୁ କମ ଆପଣାଇ ଶିଶୁ ମାନଙ୍କ ସୁରକ୍ଷା ଓ ତାଙ୍କର ଆଗାମୀ ଭବିଷ୍ୟତରେ କିପରି ଭଲ ମଣିଷ ଟିଏ ହୋଇ ବାହାରିବେ ସେଥିପାଇଁ ଯତ୍ନବାନ ହେବା ଆବଶ୍ୟକ । ଯଦି ଶିଶୁ ମାନଙ୍କ ଅଧିକାରରୁ ଆପଣଙ୍କୁ କିଏ ବଂଚିତ କରେ ତାହାଲେ ଆପଣ ଟୋଲ ଫ୍ରି ନଂ କୁ କଲ କଲେ ଆମେ ୨୪ ଘଣ୍ଟା ଭିତରେ ଆପଣଙ୍କ ପାଖରେ ପହଁଚିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନୀୟ ଅତିଥିଭାବେ ରାଜ୍ୟ ମହିଳା ଅୟୋଗ ସଦସ୍ୟା ସ୍ନେହାଜଳି ମହାନ୍ତି ଯୋଗଦେଇ କହିଲେ ରାଜ୍ୟ ସରକାର ଶିଶୁ ଓ ନାରୀ ମାନଙ୍କ ପାଇଁ ପ୍ରତିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସଖୀ ଯୋଜନା ପ୍ରଣୟନ କରିଛନ୍ତି ବୋଲି ଅଭିଭାବକ ମାନଙ୍କୁ ଜଣାଇଥିଲେ ।
ଏପରିକି ଯେଉଁମାନେ ନାରୀ ମାନଙ୍କ ର ଆପତ୍ତି ଜଣକ ଫଟୋ ପୋଷ୍ଟ କରୁଛନ୍ତି ଆମକୁ ଜଣାଇଲେ ଆମେ ତୁରନ୍ତ ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବୁ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଉର୍ଦ୍ଧ ଅଭିଭାବକ ଅଂଶଗ୍ରହଣ କରିଥିଲେ ।

Please Share

Leave a Reply

Your email address will not be published. Required fields are marked *