ଜଗତସିଂହପୁରରେ ବିଶାଳ ଆଇନସେବା ଓ ସଚେତନତା ଶିବିର : ମୁଖ୍ୟ ଅତିଥି ଭାବେ ଯୋଗଦେଲେ ହାଇକୋର୍ଟର ମୁଖ୍ୟ ବିଚାରପତି

Advertisement
Advertisement
Click for Any Complaint Regarding This News
AAA Online Services

ଜଗତସିଂହପୁର:(ରମେଶ ମହାନ୍ତି):- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ, ରାଜ୍ୟ ଆଇନ୍‌ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ସହଯୋଗରେ ଏକ ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ଉଦ୍‌ଘାଟନ କରିଛନ୍ତି। ଏକ ବୃକ୍ଷକୁ ଜଳଦାନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଦେବାଶିଷ ନାୟକ, ରାଜ୍ୟ ଆଇନ ସେବା ପ୍ରାଧିକରଣ ଉପସଚିବ ଦୀପକ ରଞ୍ଜନ ମହାପାତ୍ର, ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଆର ପ୍ରକାଶ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅନନ୍ଦ ଚରଣ ବେହେରା, ଜିଲ୍ଲାର ସମସ୍ତ ବିଚାରପତି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି ବିଶାଳ ଶିବିରରେ ଜିଲ୍ଲା ଗ୍ରାମ ବିଭାଗ ତରଫରୁ ସର୍ବମୋଟ 110 ଜଣ ଉପଭୋକ୍ତାଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଦୁଇ ମହିଳାଙ୍କୁ ମୃତ୍ୟୁ ଜନିତ ସହାୟତା ରାଶି ଦିଆଯାଇଥିଲା । ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ 4 ଜଣ ଛାତ୍ରଛାତ୍ରୀଙ୍କ ଆର୍ଥିକ ପ୍ରୋତ୍ସାହନ ରାଶି ବାବଦରେ 8 ହଜାର ଟଙ୍କା ଲେଖାଏଁ ଚେକ୍‌ ପ୍ରଦାନ କରାଯାଇଥିଲା । ସେହିପରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଦୁଇଜଣ ମହିଳାଙ୍କୁ ପରିବାର ନିରୋଧ ଅପରେସନ୍‌ ବିଫଳତା ପାଇଁ କ୍ଷତପୂରଣ ବାବଦକୁ କ୍ଷତିପୂରଣ ରାଶି ଦିଆଯାଇଥିଲା । ଜିଲ୍ଲା କୃଷି ବିଭାଗ ତରଫରୁ 5ଜଣ ଚାଷୀଙ୍କୁ କୀଟନାଶକ ସିଞ୍ଚନ ଯନ୍ତ୍ର, ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ 20 ଜଣ ମତ୍ସ୍ୟ ଚାଷୀଙ୍କୁ ଏକ ଲକ୍ଷ 25 ହଜାର ଟଙ୍କା ଚେକ୍‌ ପ୍ରଦାନ କରାଯାଇଥିଲା । ଫନି କ୍ଷତିଗ୍ରସ୍ତଙ୍କୁ 15 ହଜାରଟଙ୍କା ଚେକ୍‌, 26ଜଣ ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ସହ ଇନ୍ଦିରା ଆବାସ ଯୋଜନାରେ ଗୃହ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଥିଲଶ । ସେହିପରି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ମିଶନ ଶକ୍ତି ଯୋଜନାରେ 10 ଗୋଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ମଞ୍ଜୁର କରାଯାଇଥିଲା । ମମତା ଯୋଜନରେ 5 ଜଣ ମହିଳାଙ୍କୁ ସହାୟତା ରାଶି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ ବିଭାଗ ତରଫରୁ 4 ଜଣଙ୍କୁ ତିନି ଚକିଆ ସାଇକେଲ, ତିନି ଜଣଙ୍କୁ ଭିନ୍ନକ୍ଷମ ହ୍ବିଲ୍‌ ଚେୟାର ଏବଂ 19ଜଣଙ୍କୁ 5 ହଜାର ଲେଖାଏଁ କେୟାର ଲିପ୍ରୋସି ପେସେଣ୍ଟ ଯୋଜନାରେ ଟଙ୍କା ପ୍ରଦାନ କରାଯାଇଥିଲା ।

ସେହିପରି ଦୁଇ ବରକନ୍ୟା ଯୋଡ଼ିଙ୍କୁ 50 ହଜାର ଟଙ୍କା ଲେଖାଏଁ ମ୍ୟାରେଜନ୍‌ ଇନ୍‌ସେନଟିଭ୍‌ ପ୍ରଦାନ କରାଯାଇଥିଲା । ଏହି ସଭାକୁ ବରିଷ୍ଠ ମହିଳା ବିଚାରପତି ଅନ୍ନପୂର୍ଣ୍ଣା ନାୟକ ଏବଂ କମଳାକାନ୍ତ ରାଉତ ପ୍ରତ୍ୟକ୍ଷ ସହଯୋଗ କରିଥିଲେ ।

Please Share

Leave a Reply

Your email address will not be published. Required fields are marked *