ସିଦ୍ଧଳ ବଳଦେବଜୀଉ ଠାକୁରଙ୍କ ରାଜାଭିଷେକ ଉତ୍ସବ , ଜିଲ୍ଲାପାଳଙ୍କର ହେଲା ରାଜାଭିଷେକ

Advertisement
Advertisement
Click for Any Complaint Regarding This News
AAA Online Services

ଜଗତସିଂହପୁର:(ରମେଶ ମହାନ୍ତି):- ଜିଲ୍ଲାପାଳଙ୍କର ହେଲା ରାଜାଭିଷେକ । ଗତକାଲି ଜଗତସିଂହପୁର ବ୍ଲକ‌୍‍ ଅନ୍ତର୍ଗତ ସିଦ୍ଧଳ ବଳଦେବଜୀଉ ମହାପ୍ରଭୁଙ୍କ ପବିତ୍ର ରାଜାଭିଷେକ ଉତ୍ସବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପରମ୍ପରା ଅନୁଯାୟୀ ନାଟ୍ୟମଣ୍ଡପଠାରେ ଠାକୁର ରାଜା ଭାବେ ରାଜାଭିଷେକ କରାଯାଇଥିଲା।

ଏହି ଅବସରରେ ମନ୍ଦିର ଇତିବୃତ୍ତି ପାଠ କରାଯିବା ସହିତ ପାରାଦୀପ ବନ୍ଦର ଟ୍ରଷ୍ଟ ସହାୟତାରେ ନିର୍ମିତ ପାନ୍ଥ ନିବାସ ଏବଂ ମନ୍ଦିର ପରିଚାଳନା ବୋର୍ଡର ନୂତନ ୱେବ‌୍‍ସାଇଟ‌୍‍କୁ ଜିଲ୍ଲାପାଳ ଲୋକାର୍ପିତ କରିଥିଲେ।

ସୂଚନାନୂଯାୟୀ, ସିଦ୍ଧଳ ବଳଦେବଜୀଉ ମହାପ୍ରଭୁଙ୍କ ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରତିବର୍ଷ ଠାକୁର ରାଜା ଭାବେ ରାଜାଭିଷେକ କରାଯାଇଥାଏ । ଏଥିସହ ଜିଲ୍ଲାପାଳ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରଥରେ ଛେରାପହଁରା କରିଥାନ୍ତି।

Please Share

Leave a Reply

Your email address will not be published. Required fields are marked *