ଜଗତସିଂହପୁର:(ରମେଶ ମହାନ୍ତି):-ଜେଏନୟୁ ରକ୍ତପାତ କୁ ବିରୋଧ କରି ଜଗତସିଂହପୁର ବିଜୁ ଛାତ୍ର ଜନତାଦଳ ତରଫରୁ ସୋମବାର ସଂନ୍ଧ୍ୟାରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସହିତ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ବିଜୁ ଛାତ୍ର ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଇ° ସମିତ୍ କୁମାର ଲେଙ୍କା ଯୋଗଦେଇ କହିଥିଲେ ଶିକ୍ଷାନୁଷ୍ଠାନ ରେ ହିଂସା ର ସ୍ଥାନ ନାହିଁ ଯେଉଁ ମାନେ ଏଭଳି କାର୍ଯ୍ୟକଳାପ ଘଟାଇ ଛନ୍ତି ସେମାନଙ୍କ ବିରୋଧ ରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ।କାରଣ ଜେ ଏନ ୟୁ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଯାହା ଭାରତ ର ରାଜଧାନୀ ରେ ଅବସ୍ଥିତ ଯଦି ସେଠି ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅସୁରକ୍ଷିତ ତାହେଲେ ଅନ୍ୟ ବିଶ୍ଵବିଦ୍ୟାଳୟ କଥା କ’ଣ ହେବ ।ଏଥି ସହିତ ବିଜୁ ଛାତ୍ର ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ଏସ ଭି ଏମ୍ କଲେଜ ର ପୂର୍ବତନ ଉପସଭାପତି ଏସ୍ କେ ରକିବ ମୁନା,ଛାତ୍ର ନେତା ବିଶ୍ୱଜିତ୍ ସିଂ ,ଆୟୁଷ୍ମାନ ଖୁଣ୍ଟିଆ,ଶିଶିର ଦାସ,ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଦୋଷୀ ଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜଣାଇଥିଲେ ।
ଜେଏନୟୁ ଛାତ୍ର ଓ ଅଧ୍ୟାପକଙ୍କୁ ଆକ୍ରମଣ ଘଟଣାକୁ ନେଇ ଜଗତସିଂହପୁର ଜିଲ୍ଲା ଛାତ୍ର ବିଜେଡ଼ିର ନିନ୍ଦା ସହିତ କ୍ୟାଣ୍ଡେଲ ଶୋଭାଯାତ୍ରା
Click for Any Complaint Regarding This News
AAA Online Services