ପୂରୀ : ପୁରୀରେ ପହଞ୍ଚିଛନ୍ତି ୧୩୩ ଜଣ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ। ଶୁକ୍ରବାର ରାତି ପ୍ରାୟ ୯ଟାରେ ଏମାନେ ବସ୍ରେ ଆସି ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡସ୍ଥିତ ନାୟକ ପ୍ଲାଜାରେ ରାତ୍ରିଯାପନ କରିଛନ୍ତି। ଏମାନଙ୍କ ମଧ୍ୟରେ ୭୦ ପୁରୁଷ, ୫୦ ମହିଳା ଏବଂ ୧୩ଜଣ ପିଲା ରହିଛନ୍ତି। ଶନିବାର ସାଢେ ୧୧ଟାରେ ଏହି ହିନ୍ଦୁ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ମାତ୍ର ପହଞ୍ଚତ୍ବା ପରେ ଅଳ୍ପ କେତେଜଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ଜଣାପଡିଛି। ୫ତାରିଖରେ ସଦ୍ଭାବନା ସଭାଗୃହରେ ଏହି ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକଙ୍କୁ ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟର ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ। ଏହି ସମ୍ବର୍ଦ୍ଧନା ଉତ୍ସବରେ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଥାଉ କି, ଗତ ମାସ ୨୭ ତାରିଖରୁ ଏମାନେ ପାକିସ୍ତାନରୁ ବାହାରିଥିଲେ। ମଥୁରା ଦେଇ ଶୁକ୍ରବାର ପୁରୀରେ ପହଞ୍ଚତ୍ଛନ୍ତି। ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟର ପକ୍ଷରୁ ପ୍ରତିବର୍ଷ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ପାକିସ୍ତାନର ହିନ୍ଦୁ ଭକ୍ତମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଏଭଳି ଏକ ଉଦ୍ୟମ କରାଯାଉଛି ବୋଲି ସେଣ୍ଟର ସଭାପତି ପରେଶ ନାୟକ କହିଛନ୍ତି।
ପୁରୀରେ ପହଞ୍ଚିଲେ ୧୩୩ ପାକିସ୍ତାନୀ ହିନ୍ଦୁ
Click for Any Complaint Regarding This News
AAA Online Services