ଜଗତସିଂହପୁର:(ରମେଶ ମହାନ୍ତି):- କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ପଞ୍ଚାୟତ ହାଇସ୍କୁଲ ପରିସରରେ ୧୯୮୧ ବ୍ୟାଚ୍ଚ୍ ପୁରାତନ ଛାତ୍ର/ଛାତ୍ରୀ ମାନଙ୍କର ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ରମାକାନ୍ତ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ଅବସରରେ ଶିକ୍ଷକ ପଞ୍ଚାନନ ଦାସ, ସୁରେନ୍ଦ୍ର ନାଥ ସ୍ୱାଇଁ, କ୍ଷୀରୋଦ କୁମାର ଦାସ ,ଶରତ ଚନ୍ଦ୍ର ସାହୁ ଓ ପ୍ରଦୀପ୍ତ କୁମାର ଦାସଙ୍କୁ ଛାତ୍ରମାନଙ୍କ ପକ୍ଷରୁ ସମ୍ମାନର ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ଓ ସହପାଠୀ ବନ୍ଧୁଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଦୀର୍ଘ ଚାଳିଶ ବର୍ଷ ପରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ସମବେତ ହୋଇ ସ୍କୁଲ ଜୀବନର ସ୍ମୃତି ଚାରଣ କରିଥିଲେ । ନୃସିଂହ ଚରଣ ସେନାପତି,ରବି ନାରାୟଣ ସାହୁ, ଶରତ ଚନ୍ଦ୍ର ଦାସ ଓ ସରୋଜ କୁମାର ଦାସ ପ୍ରମୁଖ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆହ୍ଲାଦିନୀ, ଆଲୋକ,ପ୍ରଭାତୀ,ବିବରଣୀ,ମିନର୍ଭା,କିରଣ,ସୁପର୍ଣା, ସରଳା, ସେବତୀ, ପଦ୍ମଲୋଚନ ଦାସ, ନରେନ୍ଦ୍ର କୁମାର ସାହୁ, ପ୍ରସନ୍ନ ଦାସ, ପ୍ରକାଶ କୁମାର ମହାପାତ୍ର, ଜ୍ୟୋତିରଂଜନ ଦାସ, ପ୍ରତାପ ମହାପାତ୍ର, ତର୍ପଣ, ଉମେଶ, ଅଭୟ,ଜିତେନ୍ଦ୍ର ଓ ଶରତ ଲେଙ୍କା ପ୍ରମୁଖ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହି ନିଜର ପ୍ରିୟ ଗୁରୁଜୀଙ୍କୁ ସମ୍ମାନ ଜଣାଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ଶେଷରେ ଆଇନଜୀବୀ ଗଜେନ୍ଦ୍ର କୁମାର ବିଶ୍ବାଳ (ଟୁନା )ଧନ୍ୟବାଦ ଅର୍ପଣ କରିଥିଲେ ।
ସାଇଲୋ ବିଦ୍ୟାଳୟରେ ଗୁରୁ ପୂଜନ ଓ ପୁରାତନ ଛାତ୍ର/ଛାତ୍ରୀଙ୍କ ବନ୍ଧୁ ମିଳନ
Click for Any Complaint Regarding This News
AAA Online Services