ଶାଗବାରିଆ ଠାରେ ସୁଶ୍ରୀ ସାହିତ୍ୟ ସଂସଦର ଏକାଦଶତମ ବାର୍ଷିକୋତ୍ସବ ପାଳିତ

Advertisement
Advertisement
Click for Any Complaint Regarding This News
AAA Online Services

ଜଗତସିଂହପୁର: (ରମେଶ ମହାନ୍ତି):- ବଡଦିନ ଅବସରରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ଏକାଦଶତମ ବାର୍ଷିକୋତ୍ସବ ତିର୍ତୋଲ ବ୍ଲକ ଅନ୍ତର୍ଗତ ସାଗବାରିଆ ସ୍ଥିତ ବିବେକାନନ୍ଦ କକ୍ଷରେ ପାଳିତ ହୋଇଯାଇଛି। ଏହି ବାର୍ଷିକୋତ୍ସବରେ ଆନ୍ତଜିଲ୍ଲା କବିସମ୍ମିଳନୀ, କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରାଜ୍ୟର କୋଣଅନୁକୋଣରୁ ବିଶିଷ୍ଟ ସାହିତ୍ୟିକ, କବି ଏହି ସାରସ୍ୱତ ଆସରରେ ଯୋଗଦେଇଥିଲେ।

ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ସଭାପତି ପ୍ରେମଚାନ୍ଦ ରାଉତ ସ୍ୱାଗତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦିକା ବସନ୍ତ ମଂଜରୀ ଦାସ ବିବରଣୀ ପାଠ ସହ ଅନୁଷ୍ଠାନର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଉତ୍ସବରେ ବିଶିଷ୍ଟ ଶିଶୁ ସାହିତ୍ୟିକ କବି କୈଳାସ ଚନ୍ଦ୍ର ସ୍ୱାଇଁ, କବି ପିତାମ୍ବର ତରେଇ,ଗାଳ୍ପିକ ରବି ସ୍ୱାଇଁ, ପ୍ରଭାତ ନନ୍ଦଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସମାଜରେ ସାହିତ୍ୟର ଅବଦାନ ସଂପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ପ୍ରତିଭାଧାରୀ ମାନଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ସହ ବୃକ୍ଷଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ବାର୍ଷିକୋତ୍ସବରେ ଶତାଧିକ ସାହିତ୍ୟ ପ୍ରେମୀ ଓ ଗବେଷକ ସାମିଲ ହୋଇଥିଲେ।

Please Share

Leave a Reply

Your email address will not be published. Required fields are marked *