ଜଗତସିଂହପୁର: (ରମେଶ ମହାନ୍ତି):- ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରେଳପଥ ନିମକଣା ପିଏଚ ରେଳ ଧାରଣା ନିକଟରୁ ଆଜି ସକାଳୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି।ମୃତବ୍ୟକ୍ତି ଜଣଙ୍କ ଜଗତସିଂହପୁର ଆଶ୍ରମପାଟଣା ରସୁଲପୁର ଗ୍ରାମର କାର୍ତ୍ତୀକ ସେଠୀଙ୍କ ପୁଅ ଅମିନ ସେଠୀ ବୋଲି ଜଣାପଡିଛି।ଅମୀନଙ୍କୁ ହତ୍ୟାକରି ଆତ୍ମହତ୍ୟାର ରୁପଦେବା ପାଇଁ ରେଳଧାରଣାରେ ଫିଙ୍ଗି ଦିଆଯାଇଥିବା ଚର୍ଚ୍ଚା ହେଉଛି।ଅମୀନ ତିର୍ତ୍ତୋଲ ଥାନା ମହାନଦୀପଠା ଗୋପିଆକୂଦ ସରକାରୀ ଦେଶୀମଦ ଦୋକାନ କର୍ମଚାରୀ ବୋଲି ଜଣାପଡିଛି।ଅମିନ ଗତକାଲି ଗୋପିଆକୂଦ ସରକାରୀ ଦେଶୀମଦ ଦୋକାନରୁ ପାଞ୍ଚଲକ୍ଷ ୫୬ହଜାର ଟଙ୍କା ନେଇ ବାଲିକୁଦାର ଏକ ବ୍ୟାଙ୍କରେ ଡିପୋଜିଟ କରିବାକୁ ଯାଉଥିବା ବେଳେ ତିର୍ତ୍ତୋଲ ଥାନା ତୁଳଙ୍ଗ ପଞ୍ଚାୟତ ବେଙ୍ଗୁଲିମଠ ପାଖରୁ ଦୁଇଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ସମସ୍ତ ଟଙ୍କା ଲୁଟିନେଇଥିଲେ ବୋଲି ଅମୀନ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ତିର୍ତ୍ତୋଲ ଥାନା କେସ୍ ନଂ ୩୭୮/୨୦୧୯ରେ ରୁଜୁ କରାଯାଇ ଅମୀନଙ୍କୁ ଧରି ତିର୍ତ୍ତୋଲ ପୋଲିସ ତଦନ୍ତ କରିଥିଲେ।ଅମିନ ପୋଲିସ ପାଖରେ ତଦନ୍ତ ପାଇଁ ରାତି ପର୍ଯ୍ୟନ୍ତ ଥିବା ବେଳେ ଆଜି ସକାଳୁ କଟକ-ପାରାଦ୍ୱୀପ ରେଳଧାରଣାର ନିମକଣା ପି.ଏଚ୍ ରୁ କ୍ଷତବିକ୍ଷତ ମୃତଦେହ ମିଳିବା ସାଧାରଣରେ ସଂନ୍ଦେହ ସୃଷ୍ଟି କରିଛି।ଗୋଟିଏ ଦେଶୀମଦ କାଉଣ୍ଟରରୁ ୫ଲକ୍ଷ୫୬ହଜାର ଟଙ୍କା ବ୍ୟାଙ୍କରେ ଡିପୋଜିଟ ହେବାକୁ ଯିବା ସଂଦେହଜନକ ହୋଇଥିବା ବେଳେ ଯଦି ଟଙ୍କା ଲୁଟ କଥା ସତ ହୁଏ ତାହେଲେ ଅମୀନ ମୃତ୍ୟୁ ବରଣ କରିବାର କାରଣ କଣ ହୋଇପାରେ ? ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟାକରି ଆତ୍ମହତ୍ୟାର ରୁପଦେବା ପାଇଁ ରେଳଧାରଣାରେ ଫିଙ୍ଗି ଦିଆଯାଇଛି ଏନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠିଛି।ପୋଷ୍ଟମଟମ କରାଯିବା ପରେ ଅମିନର ମୃତଦେହକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ରେଳବାଇ ପୋଲିସ।
ନିମକଣା ରେଳ ଧାରଣାରୁ ମିଳିଲା ତିର୍ତ୍ତୋଲ ମଦଦୋକାନ କର୍ମଚାରୀର ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
Click for Any Complaint Regarding This News
AAA Online Services