ବରଗଡ଼, ୧୭ ଡିସେମ୍ବର ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆଜି ଆନୁଷ୍ଠାନିକ ଭାବେ ଆଖଡ଼ା ଆରମ୍ଭ ହୋଇଛି। ପ୍ରଥମେ ବରଗଡ଼ କଲ୍ୟାଣ ମଣ୍ଡପ ଠାରେ ବିଦ୍ୟାଦାତ୍ରୀ ସରସ୍ଵତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା।
ଏହି ଅବସରରେ ବରଗଡ଼ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟାପ୍ପୋ, ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ଵର ଶତପଥୀ,କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ, ବରିଷ୍ଠ କଳାକାର ହରିହର ମିଶ୍ର, ଅଶୋକ ବେହେରା କିଶୋର ମିଶ୍ର, ସୁଧୀର ମହାପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହାପରେ ମହାରାଜ ଉଗ୍ରସେନ ଆର୍ତ୍ତତ୍ରାଣ ମହାପାତ୍ର,ଅକୃର ଲଲିତ ମୋହନ ପଣ୍ଡା,ମହାମନ୍ତ୍ରୀ ନନ୍ଦିଘୋଷ ମହାପାତ୍ର ତଥା ଅନ୍ୟାନ୍ୟ କଳାକାର ମାନେ ତାଙ୍କର ବଳିଷ୍ଠ ଅଭିନୟ ଆଖଡ଼ା ଶାଳାରେ ଆରମ୍ଭ କରିଥିଲେ।
ରିପୋର୍ଟ: ସୁବ୍ରତ କୁମାର ବିର୍ତ୍ତିଆ