ସ୍ବଚ୍ଛ ଭୁବନେଶ୍ୱର ପାଇଁ ଅଭିନବ ନିଷ୍ପତ୍ତି: ୫ଶହ ଗ୍ରାମ୍‌ ପ୍ଲାଷ୍ଟିକ୍‌ ଦେଲେ ‘ଆହାର’ ମିଲ୍‌

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ସ୍ବଚ୍ଛ ସହର ତାଲିକାରେ ଭୁବନେଶ୍ୱରକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜୋର୍‌ଦାର ଉଦ୍ୟମ ଚଳାଇଛି। ଶୁକ୍ରବାର ସହରବାସୀଙ୍କୁ ସଚେତନ କରିବାକୁ ସ୍ବଚ୍ଛତା ରଥ ପରିକ୍ରମା ଆରମ୍ଭ କରିଥିବାବେଳେ ସହରକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ଶନିବାର ଆଉଏକ ଅଭିନବ ନିଷ୍ପତ୍ତି ନିଆଯାଇଛି। ୫ଶହ ଗ୍ରାମ୍‌ ପଲିଥିନ କିମ୍ବା ପ୍ଲାଷ୍ଟିକ୍‌ ଦେଲେ ବିଏମ୍‌ସି ଦ୍ୱାରା ପରିଚାଳିତ ୧୧ ଆହାର କେନ୍ଦ୍ର ମଧ୍ୟରୁ ଯେ କୌଣସିଠାରେ ଗୋଟିଏ ମିଲ୍‌ ଖାଇପାରିବେ। ଆସନ୍ତା ସୋମବାରଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।

ସହର ଭିତରେ ଏଣେତେଣେ ପ୍ଲାଷ୍ଟିକ ପଡି ପ୍ରଦୂଷଣ ସୃଷ୍ଟି କରୁଛି। ବହୁ ସମୟରେ ବିଏମ୍‌ସି ପକ୍ଷରୁ ଚଢାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ ସାମଗ୍ରୀ ଜବତ କରିବା ସହ ଜରିମାନା ଆଦାୟ କରାଯାଉଛି। ଏଥିସହ ସଚେତନତା କରାଯାଉଛି। ତଥାପି ସୁଫଳ ମିଳୁନି। ଏଣିକି ଆହାର କେନ୍ଦ୍ରଗୁଡିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରିବ। ଅଧକିଲୋ ପ୍ଲାଷ୍ଟିକ ବର୍ଜ୍ୟ ଦେଲେ ଜଣଙ୍କୁ ଗୋଟିଏ ଆହାର କୁପନ ମିଳିବ। ପ୍ଲାଷ୍ଟିକ ପାଣିବୋତଲ, ପ୍ଲାଷ୍ଟିକ ଜରି କିମ୍ବା ଯେକୌଣସି ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହ କରି ଦେବାକୁ ଲୋକଙ୍କୁ ବିଏମ୍‌ସି ଅନୁରୋଧ କରିଛି । ୟୁଏନ୍‌ଡିପି ଓ ଟଚ୍‌ ଷ୍ଟୋନ୍‌ ଫାଉଣ୍ଡେଶନର ମିଳିତ ସହଯୋଗରେ ବିଏମ୍‌ସି ଏହି ଯୋଜନାରେ ସଫଳତା ପାଇବାକୁ ଆଶା ରଖିଛି।

Please Share

Leave a Reply

Your email address will not be published. Required fields are marked *