ଜଗତସିଂହପୁରରେ ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳନ ସହ ଆଇନ୍ ସଚେତନତା ଶିବିର

Advertisement
Advertisement
Click for Any Complaint Regarding This News
AAA Online Services

ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜୟଶୋଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ମାନବାଧିକାର ଦିବସ ପାଳନ ଅବସରରେ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି।ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶରତ କୁମାର ପାତ୍ର,ଶିକ୍ଷୟତ୍ରୀ ସସ୍ମିତା ସାହୁ,ଶିକ୍ଷକ ଦେବେନ୍ଦ୍ର କୁମାର ବେହେରା,ପାରାଲିଗାଲ୍ ସ୍ୱେଚ୍ଛାସେବୀବୃନ୍ଦ ଏବଂ ଜଗତସିଂହପୁର ଥାନାର ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଶିବିରରେ ଅତିଥିମାନେ ମାନବାଧିକାର ଦିବସର ମହତ୍ୱ ବିଷୟରେ ଆଲୋଚନା କରି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ।ସଭାରେ ପ୍ରାଧିକରଣର ସଚିବ ଶ୍ରୀ ରାଉତ ଆମ ଦେଶର ସମ୍ବିଧାନ ୧୯୪୮ ମସିହା ଡିସେମ୍ବର ୧୦ତାରିଖରେ ଜାତିସଂଘ ଦ୍ୱାରା ଗୃହିତ ହୋଇଥିବା ୟୁନିଭରସାଲ୍ ଡିକ୍ଲାରେସନ ଅଫ୍ ହ୍ୟୁମ୍ୟାନ୍ ରାଇଟ୍ (ୟୁ.ଡି.ଏଚ୍.ଆର୍) ର ଉଣାଅଧିକ ସମସ୍ତ ଅଧିକାରକୁ ଆମର ଅଧିକାର ବୋଲି ସ୍ୱିକୃତି ଦେଇଛି ବୋଲି ବାଖ୍ୟା କରିଥିଲେ। ଏଥିସହିତ ପ୍ରାଧିକରଣର ସଚିବ ଶ୍ରୀ ରାଉତ ଛାତ୍ରଛାତ୍ରୀ ମାନଙ୍କୁ ଆମର ମୌଳିକ ଅଧିକାର ଓ ମୌଳିକ କର୍ତ୍ତ୍ୟବ୍ୟ ଆଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଦୈନଦିନ ଜୀବନରେ କାମରେ ଆସୁଥିବା ଆଇନ ଆଦି ବିଷୟରେ ଆଲୋଚନା କରିବା ପୁର୍ବକ କିଶୋର ନ୍ୟାୟ ଆଇନ୍ ,ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ନିୟମ,କନ୍ୟା ସନ୍ତାନର ମହତ୍ୱ,ଜେ.ଜେ.ଆକ୍ଟ ପ୍ରାକ୍ ଗର୍ଭଧାରଣ ଓ ପ୍ରାକ ପ୍ରସୃତୀ ନଦାନ ଅଧିନିୟମ ଓ କଠିନ ବର୍ଯ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଆଦି ବିଷୟରେ ଆଲୋଚନା କରିଥିଲେ।ସଭା ପୂର୍ବରୁ ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଏହି ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଉକ୍ତ ସଭାରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Please Share

Leave a Reply

Your email address will not be published. Required fields are marked *