ବାଲିପଡା:-ରାଜ୍ୟରେ ମୋ ସରକାର ଯୋଜନା ଲାଗୁହେବା ପରେ ସମସ୍ତ ସରକାରୀ କମଚାରୀ ଓ ଲୋକ ପ୍ରତିନିଧିଙ୍କ ମନରେ ଛନକା ପସିଛି।ଗତ କିଛିଦିନ ତଳେ ଦିଗପହଣ୍ଡି ବ୍ଲକ ଅଙ୍କୋରଡା ସରପଞ୍ଚ ଓଷାନ୍ତ ସାହୁଙ୍କୁ ବାଜିଥିଲା ମୋ ସରକାର ଛାଟ l ଭିଜିଲାନ୍ସ ଓଷାନ୍ତ ସାହୁଙ୍କ ଦିଗପହଣ୍ଡି ସ୍ଥିତ 3ଟି ବାସଭାବନ ସମେତ ଦିଗପହଣ୍ଡି ନିକଟସ୍ଥ ନବରଙ୍ଗପୁରରେ ମଧ୍ୟ ଚଢ଼ାଉ କରିଥିଲା ଭିଜିଲାନ୍ସ l ଏବଂ ତାଙ୍କ ନିକଟରୁ ଗୋଟିଏ ମାଉଜର ମଧ୍ୟ ଜବତ କରିଥିଲା ପୋଲିସ lଏବଂ ପଞ୍ଚାୟତ ଅର୍ଥ ହେରଫେର କରିଥିବା ମଧ୍ୟ ଅଭିଯୋଗ ଉଠିଥିଲା l ଆୟ ବର୍ହିର୍ଭୁତ ସମ୍ପତି ଠୁଳ ହୋଇଥିବା ମଧ୍ୟ ଅଭିଯୋଗ ଉଠିଥିଲା ଏବଂ ବର୍ତ୍ତମାନ ସେ କୋର୍ଟରୁ ସର୍ତମୂଳକ ଜାମିନ ପାଇଛନ୍ତି ଯାହାଫଳରେ ରାଜ୍ୟସରକାର ତାଙ୍କୁ ନିଲମ୍ବନ କରିଥିବା ପଞ୍ଚାୟତରାଜ ମନ୍ତ୍ରୀ ସୂଚନା ଦେଇଥିଲେ।କିନ୍ତୁ ରବିବାର ସରପଞ୍ଚଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇବା ପାଇଁ ଦିଗପହଣ୍ଡି ଏବଂ କୁକୁଡାଖଣ୍ଡି ବ୍ଲକ ଅଧକ୍ଷଙ୍କ ସମେତ ଦୁଇବ୍ଲକର ସରପଞ୍ଚ ସଂଘ ଏକାଠି ହୋଇ ଏକ ମିଳିତ ବୈଠକ କୁକୁଡାଖଣ୍ଡି ବ୍ଲକ ମହୁରୀକାଲୁଆ ପୀଠରେ ଆୟୋଜନ କରି ସରପଞ୍ଚଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।ଦିଗପହଣ୍ଡିରେ ଛାଟ ପଡିବାରୁ କୁକୁଡାଖଣ୍ଡି ବ୍ଲକର ସରପଞ୍ଚ ମାନଙ୍କ ମନରେ ଛନକା ପଶିଛି ବିଳମ୍ବରେ ହେଲେ ମଧ୍ୟ ଉକ୍ତ ବୈଠକରୁ ସ୍ପଷ୍ଟ ବାରି ହୋଇପଡୁଛି l ବହୁବାର ସରପଞ୍ଚ ମାନେ ନିଜ ନା ସମେତ ନିଜ ସଂପକୀୟଙ୍କ ନାରେ ବିଜୁପକ୍କା ଘର ଓ ନିର୍ମାଣ ଶ୍ରମିକ ଯୋଜନାରେ ଘର ନେଇଛନ୍ତି ଏହା ପ୍ରକାଶ ପାଇବା ପରେ ସମସ୍ତଙ୍କ ମନରେ ଛନକା ପଶିଥିଲା କିନ୍ତୁ ରାଜନୈତିକ ନେତା ମାନଙ୍କ ସହ ସଲାସୁତୁରା ହୋଇ ସରପଞ୍ଚଙ୍କୁ କ୍ଲିନଚିଟ ଦେଇଥିଲା ପ୍ରଶାସନ ଏବଂ ଏହି ଘଟଣାକୁ ଘଣ୍ଟଘୋଡାଇବାରେ ସକ୍ଷମ ହୋଇଥିଲେ ସରପଞ୍ଚ ବାବୁ l ସେହିପରି ଏମଜିଏନଆରଇଜିଏସ ଏବଂ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣରେ ମଧ୍ୟ ଦିଗପହଣ୍ଡି ଏବଂ କୁକୁଡ଼ାଖଣ୍ଡି ବ୍ଲକରେ ହରିଲୁଟ ହୋଇଥିବା ବିରୋଧୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ବହୁବାର ଅଭିଯୋଗ କରିଛନ୍ତି କିନ୍ତୁ ରାଜନୈତିକ କଳ ହେଉ ଅବା ପ୍ରଶାସନିକ ଛତ୍ରଛାୟା ତଳେ ସବୁ ଘଟଣା ଲୁଚି ଯାଉଛି l ଦୃଢ଼ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା କେହିବି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି l ଉକ୍ତ ଘଟଣା ବାହାରେ ପ୍ରକାଶ ପାଇବା ସହ ମୋ ସରକାର ଛାଟ ବାଜିବା ଆଶଙ୍କାରେ ନିଲମ୍ବିତ ସରପଞ୍ଚଙ୍କ ସପକ୍ଷରେ ବାହାରିଛନ୍ତି ରାଜନୈତିକ କଳ ନିଲମ୍ବନ ଆଦେଶ ପ୍ରତ୍ୟାହାର ନହେଲେ ବ୍ଲକ ଅଧକ୍ଷ ମାନଙ୍କ ସହ ମିଶି ସମୂହ ଇସ୍ତଫା ଦେବା ପାଇଁ ସ୍ଥିର କରିଛନ୍ତି।ଏଠି ଅନେକ ପ୍ରଶ୍ନ ଜନତାଙ୍କ ମନରେ ଆସୁଛି ଯେତେବେଳେ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେବା ପାଇଁ ଜନପ୍ରତିନିଧି ଏକାକାର ହୁଅନ୍ତି ସେତେବେଳେ ଏ ଅର୍ଥ ଲୋଭି ନେତାଙ୍କ ଉପରୁ ଜନତାଙ୍କ ବିଶ୍ୱାସ ତୁଟିଯାଏ l ନିଜର ବହୁମୂଲ୍ୟ ଭୋଟ ଖଣ୍ଡକ ଯାହାଙ୍କୁ ଜନତାରୁ ନେତା କରିଦିଏ ସେଇ ଭୋଟ ଖଣ୍ଡିକ ଦେଇଥିବା ଲୋକଙ୍କ ପ୍ରତି ଏହା ବିଶ୍ୱାସ ଘାତକ ନୁହେଁକି l ନିଜକୁ ସ୍ଵଛତାର ବାର୍ତ୍ତାଦେଇ ନିର୍ବାଚନ ଆସିଲେ ନେତାମାନେ ଲୋକଙ୍କ ପାଖରେ ପହଞ୍ଚନ୍ତି ଭୋଟ ମାଗିବା ପାଇଁ କିନ୍ତୁ କ୍ଷମତା ଆସନରେ ବସିଲା ପରେ ଗାନ୍ଧୀ ମୁଣ୍ଡର ମାୟାରେ ବାୟା ହେଇଯାନ୍ତି ସେହି ଅର୍ଥ ଲୋଭି ମଣିଷ ମାନେ l ଜଣେ ଦୁର୍ନୀତି ଗ୍ରସ୍ତଙ୍କ ସପକ୍ଷରେ ଯଦି ଦୁଇଟି ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି ଏକାଠି ହୁଅନ୍ତି ଏବଂ ତାଙ୍କୁ ବଞ୍ଚାଇବା ପାଇଁ ରାଜଧାନୀର ବଡ଼ବଡ଼ ନେତାମନ୍ତ୍ରୀଙ୍କ ପାଖକୁ ଦଉଡନ୍ତି କେତେଥର ନିଜ ନିର୍ବାଚନ ମଣ୍ଡଳୀର ଉର୍ଣ୍ଣୟନ ମୂଳକ କାର୍ଯ୍ୟ କରିବା ପାଇଁ ସମସ୍ତେ ଏକାଠି ହୋଇଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି l ଏବଂ ସୋମବାର ଭୁବନେଶ୍ୱର ସ୍ଥିତ ବାଚସ୍ପତିଙ୍କ ବାସଭବନରେ ସମସ୍ତେ ଏକାଠି ହୋଇ ସପ୍ତାହକ ମଧ୍ୟରେ ନିଲମ୍ବତ ଆଦେଶ ପ୍ରତ୍ୟାହର କରିବାକୁ ନିର୍ବାଚିତ ପ୍ରତିନିଧି ମାନେ ଦାବି କରିଥିବାବେଳେ ଯଦି ପ୍ରତ୍ୟାହାର ନ ହୁଏ ତାହାଲେ ସମୂହ ଇସ୍ତଫା ଦେବାକୁ ରୋକଠୋକ ଶୁଣାଇ ଦେଇଥିବା ଜଣେ ବରିଷ୍ଠ ବିଜେଡି ନେତା ନିଜ ନାମ ଗୋପନ ରଖି କହିଛନ୍ତି lଅନ୍ୟ ପକ୍ଷରେ ବୁଦ୍ଧିଯିବି ମହଲରେ ଦାବି ହେଉଛି ନିର୍ବାଚନ ମଣ୍ଡଳୀରେ କିଛି ନାମକୁ ମାତ୍ର ସରପଞ୍ଚ ଅଛନ୍ତି କିନ୍ତୁ ପଞ୍ଚାୟତର ସମସ୍ତ କଥା ଅନ୍ୟ ବ୍ୟକ୍ତି ମାନେ ବୁଝୁଛନ୍ତି ସମସ୍ତଙ୍କ ସମ୍ପତି ଯାଞ୍ଚ ହେବା ନିହାତି ଆବଶ୍ୟକ ବୋଲି ଦାବି ହେଉଛି l
ମୋ ସରକାର କଲାଣି ବାୟା ଦୁର୍ନୀତିଗ୍ରସ୍ତଙ୍କ ସପକ୍ଷରେ ଦିଗପହଣ୍ଡିର ନିର୍ବାଚିତ ପ୍ରତିନିଧି ଦିଗପହଣ୍ଡିରେ ଛାଟ କୁକୁଡାଖଣ୍ଡିରେ ଛନକା
Click for Any Complaint Regarding This News
AAA Online Services