ଜଗତସିଂହପୁର:(ରମେଶ ମହାନ୍ତି):-ଦିନକୁ ଦିନ ସମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବଢୁଥିବା ଦେଖିବାକୁ ମିଳୁଛି ।ଏମିତିକି କେଉଁଠି ସାମ୍ବାଦିକଙ୍କୁ ମିଛ କେସ୍ ରେ ଫସାଇ ଦିଆଯାଉଛି ତ କେଉଁଠି ଅସାମାଜିକଙ୍କ ଶିକାର ହେବାକୁ ପଡୁଛି।ଏନେଇ ସମ୍ବାଦିକ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।ଏଇ କିଛିଦିନ ହେବ ପାରାଦ୍ୱିପର ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଏବେ ପୁଣି ନାଉଗାଁର ଜଣେ ମହିଳା ସାମ୍ବାଦିକାଙ୍କୁ ଦିନ ଦ୍ୱିପହରେ ବିଚ୍ ରାସ୍ତାରେ ଅଟକାଇ ଅଶ୍ଳିଳ ଭାଷା ପ୍ରୟୋଗ କରାଯାଇ ଏସିଡ୍ ମାଡ କରିବାକୁ ଧମକ ଦିଆଯିବା ପରେ ମହିଳା ସାମ୍ବାଦିକା ଜଣକ ଭୟଭିତ ହୋଇ ନିଜ ବାପାଙ୍କୁ ଫୋନ୍ କରି ଜଣାଇବାରୁ ଅଭିଯୁକ୍ତ ଜଣକ ଉତ୍ତ୍ୟକ୍ତ ହୋଇଯାଇ ସାମ୍ବାଦିକାଙ୍କ ବାପାଙ୍କୁ ମଧ୍ୟ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମୁଣ୍ଡ ଗଣ୍ଡି ଅଲଗା କରିଦେବାକୁ ଧମକ ଦେଇଥିବା ନାଉଗାଁ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୂଯାୟୀ ନାଉଗାଁ ଥାନା ଅଧିନସ୍ଥ ରୋହିଆ ଗ୍ରାମର ସାମ୍ବାଦିକା ଲିଲନ ପ୍ରଭା ପାଢୀ ଶନିବାର ଦିନ କୌଣସି କାର୍ଯ୍ୟରେ ନାଉଗାଁ ଯାଉଥିବା ବେଳେ ଉକ୍ତ ଗ୍ରାମର ରଶ୍ମି ରଞ୍ଜନ ମହାନ୍ତି ସାମ୍ବାଦିକାଙ୍କ ଗାଡିକୁ ବିଚ୍ ରାସ୍ତାରେ ଅଟକାଇ ତାଙ୍କୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଏସିଡ୍ ମାଡ କରିବାକୁ ଧମକ ଦେଇଥିଲେ ।ଏଥିରେ ଭୟଭିତ ହୋଇ ସାମ୍ବାଦିକା ନିଜ ବାପାଙ୍କୁ ଫୋନ୍ କରି କହିବା ପରେ ଅଧିକ ଉତ୍ୟକ୍ତ ହୋଇଯାଇଥିଲେ ରଶ୍ମି ରଞ୍ଜନ।ଏମିତିକି ସାମ୍ବାଦିକାଙ୍କ ବାପାଙ୍କୁ ମଧ୍ୟ ରାସ୍ତା ମଝିରେ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ମୁଣ୍ଡ ଗଣ୍ଡି ଅଲଗା କରିଦେବାକୁ ଧମକ ଦେବାସହ ମୋ ବାପା ନାଁରେ ନ୍ୟୁଜ୍ କରିଛି ମୁଁ ଦେଖିନେବି କହି ରଶ୍ମି ରଞ୍ଜନ ନାଲିଆଖି ଦେଖାଇବା ପରେ ।ସାମ୍ବାଦିକା ନିଜଆଡୁ ଫୋନ୍ କରି ଏସ୍.ପି ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।ଥାନାରେ ଏତଲା ଦେବାକୁ ଏସ୍.ପି ପରାମର୍ଶ ଦେବାପରେ ସାମ୍ବାଦିକାଙ୍କ ପକ୍ଷରୁ ନାଉଗାଁ ଥାନାରେ ଅଭିଯୋଗ କରାଯାଇଥିଲା।ପୁର୍ବରୁ ଜାଲ୍ ସାର୍ଟିଫିକେଟ୍ ବଳରେ ଚାକିରି କରିଥିବା ଏକ ଘଟଣା ଉପରେ ସପୃକ୍ତ ସାମ୍ବାଦିକା ଖୋଳ୍ ତାଡ୍ କରିବା ସହ ନ୍ୟୁଜ୍ କରିଥିଲେ।ଏହି କାରଣକୁ ନେଇ ତାଙ୍କୁ ଏସିଡ୍ ମାଡ କରିବାକୁ ଏବଂ ମାରିଦେବାକୁ ଧମକ ଦିଆଯାଇଥିଲା ବୋଲି ସାମ୍ବାଦିକାଙ୍କ ପକ୍ଷରୁ ପୋଲିସ୍ ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ଘଟଣା ଘଟିବାର ଦୁଇଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବା ଜଣାପଡିଛି।ଏନେଇ ସମ୍ବାଦିକ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତ ଯୁବକଙ୍କ ବିରୁଦ୍ଧରେ ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାମ୍ବାଦିକ ମାନଙ୍କ ପକ୍ଷରୁ ଦାବି କରାଯାଉଛି।
ନାଉଗାଁର ମହିଳା ସାମ୍ବାଦିକାଙ୍କୁ ଏସିଡ୍ ମାଡ ଧମକ , ଥାନାରେ ଅଭିଯୋଗ ପରେ ବି ଖୁଲମଖୁଲା ବୁଲୁଛି ଅଭିଯୁକ୍ତ
Click for Any Complaint Regarding This News
AAA Online Services