ପୁଣିଥରେ ଆୟୁଷ ହେବେ କୃଷ୍ଣ ଆଶୁତୋଷ ବଳରାମ ଶ୍ରୀୟାଂସୀ ରାଧା: ସୋମବାର ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପନ

Advertisement
Advertisement
Click for Any Complaint Regarding This News
AAA Online Services

ବରଗଡ଼,୩ ଡିସେମ୍ବର : ୭୧ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ୯ ତାରିଖ ସୋମବାର ଦିନ ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପନ କରାଯିବ। ମଥୁରା ନଗରୀ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ପୁର୍ବରୁ ସରିଥିବା ବେଳେ ଚଳିତ ଧନୁଯାତ୍ରା ପାଇଁ ଗୋପପୁର (ଅମ୍ବାପାଲି)ରେ ଆସନ୍ତା ସୋମବାର ଦିନ ରାଜ ପୁରୋହିତ ଭଗବାନ ବିର୍ତ୍ତିଆଙ୍କ ପରାମର୍ଶ ଅନୁସାରେ ଶୁଭସ୍ତମ୍ଭ ସ୍ଥାପନ କରାଯିବ ବୋଲି ବୋଲି ଜଣା ପଡିଛି। ଏଠାରେ ସୂଚନାଯୋଗ୍ୟ ଯେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଚଳିତ ବର୍ଷ ଧନୁଯାତ୍ରାରେ କୌଣସି କଳାକାର ପରିବର୍ତ୍ତନ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି।ତେଣୁ ଗୋପପୁରର ସମସ୍ତ କଳାକାର ଅପରିବର୍ତ୍ତିତ ରହିବେ।ଆୟୁଷ ବିର୍ତ୍ତିଆ କୃଷ୍ଣ, ଆଶୁତୋଷ କୁମାର ବିର୍ତ୍ତିଆ ବଳରାମ,ଶ୍ରୀୟାଂସୀ ମହାପାତ୍ର ରାଧା, ପଞ୍ଚାନନ ବିର୍ତ୍ତିଆ ମଧୁମଙ୍ଗଳ, ସତ୍ୟନାରାୟଣ ପୋଢ ନନ୍ଦ ରାଜା,ଜୋଷ୍ନା ରାଣୀ ପୋଢ ନନ୍ଦରାଣୀ ଭୂମିକାରେ ପୁର୍ବପରି ଅଭିନୟ କରିବେ। ଗୋପପୁର କମିଟି ତରଫରୁ ମିଳିଥିବା ସୂଚନା ଅନୁସାରେ ୯ ତାରିଖ ସୋମବାର ଦିନ ସନ୍ଧ୍ୟା ୫ଟା ସମୟରେ ଅମ୍ବାପାଲି ସମଲେଶ୍ଵରୀ ମନ୍ଦିରରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯିବ ଏବଂ କୃଷ୍ଣ, ବଳରାମ ଭୂମିକାରେ ଅଭିନୟ କରୁଥିବା କଳାକାର ମାନଙ୍କୁ ବରଣ କରିବାର କାର୍ଯ୍ୟକ୍ରମ ରହିଛି, ଏହାପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ସହିତ ବୃନ୍ଦାବନ ପଡ଼ିଆରେ ପହଞ୍ଚି କଦମ୍ବ ବୃକ୍ଷ ମୂଳରେ ରାଜ ପୁରୋହିତ ଏବଂ ଧନୁଯାତ୍ରା ମହୋତ୍ସବ ସମିତିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଶୁଭସ୍ତମ୍ଭ ସ୍ଥାପନ କରାଯିବ।

Please Share

Leave a Reply

Your email address will not be published. Required fields are marked *