ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

Advertisement
Advertisement
Click for Any Complaint Regarding This News
AAA Online Services

ବରଗଡ଼:  ବରଗଡ଼ ପୌର ପରିଷଦ ଅଧିନରେ ଥିବା ୧୯ ନମ୍ବର ଓ୍ବାର୍ଡ଼ର ତ୍ରିନାଥ ନଗର ଅଞ୍ଚଳ ବାସିନ୍ଦା  ଜମିପଟ୍ଟା ଦାବିରେ ବରଗଡ଼ ଜିଲ୍ଲାପାଳଙ୍କୁ ଘେରିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ଏହି ଅଞ୍ଚଳର ବହୁ ଦିନରୁ ରହି ଆସିଥିବା ସତ୍ତ୍ୱେ ଏମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାର ରହିବାପାଇଁ ଜମି ଖଣ୍ଡେ ଦେଇ ନାହାନ୍ତି, ଏଥିପାଇଁ ଶହଶହ ଭୂମିହୀନ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଅନେକ ସମୟ ଧରି ଧାରଣାରେ ବସିଥିଲେ। ଏହି ବିଷୟରେ ଏକ ସ୍ମାରକପତ୍ର ମଧ୍ୟ ବରଗଡ଼ ଜିଲାପାଳଙ୍କୁ ଦେଇଛନ୍ତି, ଜିଲାପାଳ  ଅମ୍ବାଭୋନା ଗସ୍ତରେ ଥିବାରୁ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟାପ୍ପୋ ସ୍ମାରକପତ୍ର ଗ୍ରହଣ କରିଥିଲେ।ସ୍ମାରକପତ୍ର ଦେବା ସମୟରେ ନାରୀ ନେତ୍ରୀ ବାସମତୀ ବନଛୋର,ମେରିୟମ ବାର୍ଲା,ସାମାଜିକ କର୍ମୀ ରମେଶ ମହାପାତ୍ର, ଭବାନୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ରିପୋର୍ଟ:ସୁବ୍ରତ କୁମାର ବିର୍ତ୍ତିଆ

Please Share

Leave a Reply

Your email address will not be published. Required fields are marked *